Breaking News

୬୬ତମ ଅଷ୍ଟପ୍ରହରୀ ନାମଯଜ୍ଞ ଓ ଭାଗବତ ସତ୍ପାହ ପାଳିତ

The 66th Ashtaprahari Namayajna and Bhagavata Satpaha are celebrated.


ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ମହୁରା ଗ୍ରାମ ପଞ୍ଚାୟତର ବାଗଲପୁର ଗ୍ରାମ ସ୍ଥିତ ଭଗବତ ବାସୁଦେବଙ୍କ ପୀଠରେ ୬୬ ତମ ବାର୍ଷିକ ଭାଗବତ ସତ୍ପାହ  ସହିତ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।  ଏହି ଅବସରର ଗ୍ରାମରେ ନଅଦିନ ଧରି ଏକ ଭାଇଚାରାର ସର୍ମ୍ପକ ସୃଷ୍ଟି ହୋଇଥିଲା । ଗ୍ରାମରେ ଆମିଷ ନିଷେଧ ହେବା ସହ ଘର ଦୁଆଗ ଆଗରେ ଘଟ ସ୍ଥାପନ ସହ ଝୋଟି ଓ ଦ୍ୱୀପ ଜଳିଥିଲା । ପୁରୁଣାବୁଢ଼ାକେରା, ପାଟଣାସାହି, ପଦ୍ମପୁର, ବାଲିପୋଖରୀ ବାଗଲପୁର ଗ୍ରାମର ସଂକୀର୍ତ୍ତନ ଦଳ ସାମିଲ ହୋଇଥିଲେ । କର୍ତ୍ତାକତ୍ତ୍ରୀ ଭାବେ ବାଇଧର ପରିଡା, କୁନି ପରିଡା ରହିଥିବା ବେଳେ ପୁଜକ ସଞ୍ଜୟ କୁମାର ପଣ୍ଡା  ପୂଜା ପାଠ କରିଥିଲେ । କମିଟିର ସଭାପତି ରବିନ୍ଦ୍ର ପରିଡା ଓ ଗ୍ରାମାବସୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୨/୨୦୨୨---୯,୧୦   Sakhigopal News, 7/2/2022

Blog Archive

Popular Posts