Breaking News

ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସ ଓ ବିଜେପି ଛାଡି ବିଜେଡିରେ ସାମିଲ ହେଲେ ୫ ତୁଙ୍ଗନେତା

Five leaders left the Congress and the BJP before the panchayat elections and joined the BJD.

 ଭଞ୍ଜନଗର--ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବରୁ , ରାଜନିତୀ ପାଣିପାଗ ସରଗରମ ହେବାରେ ଲାଗିଛି । ଗାଁ ଗାଁ ରେ ଆରମ୍ଭ ହେଲାଣି ରାଜନିତୀ ତର୍ଜମା । ରୁଦ୍ଧ ଦ୍ବାର ବୈଠକ ରେ ଚାଲିଛି ପ୍ରାର୍ଥୀ ଚୟନ । ପ୍ରତ୍ୟେକ ରାଜନୈତିକ ଦଳରେ ଆରମ୍ଭ ହୋଇଛି ଭୋଟ-ଅଙ୍କକଷା । ପଞ୍ଚାୟତ କୁ ନିଜ ନିଜ ଦଖଲକୁ ନେବାପାଇଁ ବିଭିନ୍ନ ଦଳୀୟ ମହଲରେ ରଣନିତୀ ପ୍ରସ୍ତୁତ ହେଉଛି । ଏହିକ୍ରମରେ ଭଂଜନଗର ବ୍ଳକ ଅନ୍ତର୍ଗତ ଗୋଲାପଡାପଞ୍ଚାୟତ ରେ ମଧ୍ୟ ସଜବାଜ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । କଂଗ୍ରେସ ଓ ବିଜେପି ଦଳର ୫ଜଣ, ଆଗଧାଡିର ସମର୍ଥକ ନିଜଦଳ ଛାଡି , ବିଜୁଜନତା ଦଳ ରେ ସାମିଲ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ ସହ କଥାବାର୍ତ୍ତା ହୋଇ ବିଜେଡି ରେ ସାମିଲ ହୋଇଥିବା ଜଣାପଡିଛି । ବିଜୁ ଯୁବ ଜନତା ଦଳ ର ସରପଞ୍ଚ ଭକ୍ତରାମ ଜେନା ଓ ରଙ୍କନିଧି  ପ୍ରଧାନ ଙ୍କ ନେତୃତ୍ବରେ ,  ଗୋଲାପଡା ର କଂଗ୍ରେସ  ଏବଂ ବିଜେପି ର ନେତା  ସନ୍ତୋଷ କୁମାର ପ୍ରଧାନ,ପୂର୍ବତନ ସରପଞ୍ଚ ସୁବାଷ ଚନ୍ଦ୍ର ଭୂୟାଁ,ଅନାଦି ନାରାୟଣ ପ୍ରଧାନ,କାଶିନାଥ ପାଣିଗ୍ରାହୀ,ରାଧାକୃଷ୍ଣ ସ୍ବାଇଁ,ସତ୍ୟା ନାରାୟଣ ମିଶ୍ର,ଟୁନା ବେହେରା,ଚନ୍ଦ୍ରଶେଖର ପାଳ,ସୁରେନ୍ଦ୍ର ମିଶ୍ର ପ୍ରମୁଖ ବିଜେଡ଼ି ରେ ସାମିଲ ହୋଇଛନ୍ତି । ପରବର୍ତ୍ତୀ ସମୟରେ ସେମାନଙ୍କ ବହୁସଂଖ୍ୟକ ସମର୍ଥକ ଙ୍କୁ ନେଇ ଆସନ୍ତା ଦିନରେ  ଅନୁଷ୍ଠାନିକ ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସରପଞ୍ଚ ପ୍ରାର୍ଥ ଶ୍ରୀ ଜେନା ଙ୍କ ଠାରୁ ସୂଚନା ମିଳିଛି । ଏହି ମିଶ୍ରଣ ପର୍ବ ,ଆସନ୍ତା ପଞ୍ଚାୟତ ନିର୍ବାଚନ ରେ  ଗୋଲାପଡା ରେ ବିଜେଡି ସମର୍ଥକ ଙ୍କ ଦ୍ବାରା ଭଲଫଳ ପ୍ରତିଫଳିତ ହେବ ବୋଲି ଦଳୀୟ ମହଲରେ ଚର୍ଚ୍ଚା ଜୋର ଧରିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୭/୧/୨୦୨୨    
Sakhigopal News,17/1/2022

Popular Posts