Breaking News

ବିଜ୍ଞାନ ଶିକ୍ଷକଙ୍କ ବିଦାୟୀ କାଳୀନ ସମ୍ବର୍ଦ୍ଧନା ଉତ୍ସବ

Farewell Ceremony for Science Teachers.


ସାକ୍ଷୀଗୋପଳ--- ସତ୍ୟବାଦୀ ବ୍ଳକ ଅଧୀନ ଗୋପବନ୍ଧୁ ଜନ୍ମପୀଠ ନୋଡାଲ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଚିତ୍ତରଞ୍ଜନ ଦାଶଙ୍କ ବିଦାୟୀ  କାଳୀନ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ପକ୍ଷରୁ ଏହି କାର୍ଯ୍ୟକ୍ରମରଆୟୋଜନ କରାଯାଇଥିଲା । ବିଦ୍ୟାଳୟରେ ୧୫ ବର୍ଷ ଧରି ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟ କରି ବେଶ ଛାତ୍ର ଛାତ୍ରୀ ମାନଙ୍କର ଅତିପିୟ ଶିକ୍ଷକ ଭାବେ ରହିଥିଲେ । ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ପୁରାତନ ଛାତ୍ର ସଂସଂରସଭାପତି ବିଶ୍ୱନାଥ ବେହେରା ସମସ୍ତଙ୍କୁ ସ୍ୱାଗତ କରିଥିବା ବଳେ ଅଂଶୁମାନ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସମ୍ମାନିତ ଅତିଥି ଭାବେ ରମେଶ କୁମାର ଜେନା, କପିଳେନ୍ଦୁ ସାହୁ, ପ୍ରକାଶ ଚନ୍ଦ୍ର ସ୍ୱାଇଁ, ବ୍ରଜକିଶୋର ପାଇକରାୟ, ସୁରେଶ ଚନ୍ଦ୍ର ମିଶ୍ର ପ୍ରମୁଖ ଶିକ୍ଷକ ମାନେ ଯୋଗଦେଇଥିଲେ । ବିଦାୟୀ ବିଜ୍ଞାନ ଶିକ୍ଷକ ଶ୍ରୀ ଦାସଙ୍କ ସମ୍ପର୍କରେ ଆଲେଚନା କରିବା ସହ ଗ୍ରାମ ପରିକ୍ରମା କରାଯିବା ପରେ ଉତ୍ତରୀୟ ପୁଷ୍ପଗୁଚ୍ଛ ଦେଇ ଶିକ୍ଷକଙ୍କୁ ବିଦାୟୀ ଦିଆଯାଇଥିଲା । ଏହି ଅବସରରେ  କିଛି ଅବସର ପ୍ରାପ୍ତ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । 

ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି, ୧୬/୧୨/୨୦୨୧---=୬,୧୦   

Sakhigopal News, 16/12/2021

Blog Archive

Popular Posts