ସାକ୍ଷୀଗୋପିନାଥଙ୍କ ପହିଲି ଭୋଗ ଆରମ୍ଭ
Sakshigopinath's first experience begins.
ସାକ୍ଷୀଗେ।।ପଳ----- ମା ଲକ୍ଷ୍ମୀ ତାଙ୍କ ବାପା ଘରକୁ ଯାଇଛନ୍ତି । ଏଣୁ ପ୍ରଭୁଙ୍କୁ ମା ଯଶୋଦା ଖାଇବାକୁ ଦେଇଛନ୍ତି । ଏଥିପାଇଁ ଭୋର ୪ଟାରେ ମନ୍ଦିର ଫିଟାଯିବା ପରେ ମଙ୍ଗଳଅଳତୀ, ମର୍ଦ୍ଧନ, ଅବକାଶ, ବେଶ ପରେ ସୂର୍ଯପୂଜା, ଦ୍ୱାରାପାଳ ପୂଜା କରାଯାଇଥିଲା । ତା ପରେ ପରେ ବଲ୍ଲଭ, ପହିଲି ଭୋଗ, ସକାଳଧୂପ କରାଯିବା ପରେ ମନ୍ଦିର ପହଡ ପଡିଥିଲା ।ପହିଲି ଭୋଗର ସ୍ୱତନ୍ତତା ରହିଛି ଏଥିରେ ଚୁଡାଭଜା, ଫଳମୂଳ, ଗଜା, ଖଜା, ଗୋପାଳବଲ୍ଲଭ ସହିତ ଖଦଡ ଗହମରେ ପ୍ରସ୍ତୁତ କରାଯଇଥିବା ପୁରୀ ପହିଲି ଭୋଗରେ କରାଯାଇଥାଏ ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି । ଏହି ଅବସରରେ ସାକ୍ଷୀଗୋପାଳ ବଡଗଣେଶ ମଣ୍ଡପ ଓବିଭିନ୍ନ ଗ୍ରାମରେ ଥିବା ମଠ ମନ୍ଦିର ଗୁଡିକରେ ପହିଲି ଭୋଗ ଅନୁଷ୍ଠିତ ହୋଇଯାଇଛି । ସେହିପରି ମନ୍ଦିର ଓ ମଠ ସହିତ ଘର ମାନଙ୍କରେ ମୁଆଁ ଭୋଗ କରାଯାଇଥିବାର ଦେଖାଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୧୬/୧୨/୨୦୨୧---୬,୧୫
Sakhigopal News, 16/12/2021