ଶିକ୍ଷୟତ୍ରୀଙ୍କୁ ଧରି ଚମ୍ପଟ ମାରିଲେ ସମାଜସେବୀକାଙ୍କ ସ୍ୱାମୀ, ଫାଣ୍ଡିରେ ଏତଲା
The husband of the social worker, who ran away from the teacher, grabbed the teacher and ran away
ରାଜସୁନାଖଳା,----ନୟାଗଡ଼ ଜିଲ୍ଲା ରାଜ ସୁନାଖଳାର ଜଣେ ଶିକ୍ଷୟତ୍ରୀଙ୍କୁ ଧରି ଚମ୍ପଟ ମାରିଲେ ସମାଜସେବୀଙ୍କ ସ୍ୱାମୀ । ଏଭଳି ଘଟଣାଟି ସମଗ୍ର ରାଜସୁନାଖଳା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତେଵେ ଏ ନେଇ ଚମ୍ପଟ ମାରିଥିବା ଶିକ୍ଷୟତ୍ରୀଙ୍କ ସ୍ୱାମୀ ରାଜସୁନାଖଳା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ରାଜସୁନାଖଳା ମଥୁରାପୁର ସାହିର ଜୈନିକ ଯୁବକ ସେହି ଅଞ୍ଚଳର ଜୈନିକ ଶିକ୍ଷୟତ୍ରୀ ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ଶିକ୍ଷୟିତ୍ରୀଙ୍କ ର ଏକ କନ୍ୟା ସନ୍ତାନ ମଧ୍ୟ ରହିଛି । ତେଵେ ଶନିବାର ଉକ୍ତ ଶିକ୍ଷୟତ୍ରୀ ଜଣକ ରାଜସୁନାଖଳା ର ତଥା କଥିତ ସମାଜସେବୀଙ୍କ ସ୍ୱାମୀ ସୁଧାଂଶୁ (ପପି) ଏକ ନାଲି ରଙ୍ଗର ବ୍ରିଜ଼ା କାରରେ ନେଇ ପଳାଇଯାଇଥିବା ସ୍ଥାନୀୟ ରାଜସୁନାଖଳା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ଚମ୍ପଟ ମାରିଥିବା ଶିକ୍ଷୟତ୍ରୀଙ୍କ ସ୍ୱାମୀ । ତେଵେ ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବାବେଳେ ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି । ଶିକ୍ଷୟତ୍ରୀ ଙ୍କୁ ନେଇ ଫେରାର ହୋଇଥିବା ତଥା କଥିତ ସମାଜ ସେବି ଙ୍କ ସ୍ୱାମୀଙ୍କର ଏକ ମୋବାଇଲ ଦୋକାନ ରହିଥିବା ବେଳେ ମହିଳା ସମାଜସେବୀ ଚୁପ ରହିଥିବା ଆଲୋଚନା ହେଉଛି । ରାଜସୁନାଖଳାରୁ ରାକେଶ ଚନ୍ଦ୍ର ପାଢ଼ୀ ଙ୍କ ରିପୋର୍ଟ,୧୨/୧୨/୨୦୨୧----୯,୨୫ Sakhigopal News,12/12/2021