Breaking News

ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ର ବୈଠକ ଅନୁଷ୍ଠିତ

A meeting of parents and teachers has been held
ଡେଲାଙ୍ଗ :- ଶ୍ରୀ ପୁରୁଷୋତ୍ତମପୂର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ର ନିର୍ଦ୍ଧେଶକ୍ରମେ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ  ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଳନ୍ଧର ବେହେରା ଅଧ୍ୟକ୍ଷତା କରିଥିଲେ । ବୈଠକ ରେ ସାଧନ କେନ୍ଦ୍ର ସଂଯୋଜକ ପବିତ୍ର କୁମାର ପଣ୍ଡା ଯୋଗଦେଇ ଷଷ୍ଠ ରୁ ଦଶମ ର ବେସ ଲାଇନ ଟେଷ୍ଟ ପରୀକ୍ଷା ସମ୍ପର୍କରେ ସୂଚନା ଦେଇଥିବା ବେଳେ  ଶିକ୍ଷକ ରତ୍ନାକର ଚମ୍ପତି ନବମ ଓ ଦଶମ ନୂତନ ପରୀକ୍ଷା ପ୍ରଣାଳୀ ଓ ଶିକ୍ଷକ ସନ୍ତୋଷ କୁଣ୍ଡୁ  ସ୍ମାର୍ଟ କ୍ଳାସ ର ଉପାଦେୟତା ଉପରେ ଆଲୋକପାତ କରିଥିଲେ । ଶିକ୍ଷକ ସତ୍ୟବ୍ରତ  ମିଶ୍ର ବିଶେଷ କରି କୋଭିଡ ନୀୟମ  ପାଳନ ଉପରେ ଗୁରୁତ୍ୱ ଉପରେ ଆଲୋଚନା କରିଥଲେ । ଶିକ୍ଷୟିତ୍ରୀ ସ୍ନେହଲତା ସାହୁ ଓ ଶିକ୍ଷକ ବସନ୍ତ ପ୍ରଧାନ ଛାତ୍ରଛତ୍ରୀମାନଙ୍କ ପିତା ମାତାଙ୍କ ସହ ପାଠ ପଢା ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ପ୍ରଧାନଶିକ୍ଷକ ବୈଠକ ର ଉଦେଶ୍ୟ ଜ୍ଞାପନ କରିଥିଲେ । ତତ୍ପରେ ପରୀକ୍ଷା ପ୍ରଣାଳୀ ଉପରେ ପ୍ରାଞ୍ଜଳ ଭାବେ କହିବା ଉପରେ ପ୍ରଶ୍ନ ଉତ୍ତର ହୋଇଥିଲା । ବୈଠକ ରେ ପ୍ରାୟ ନବେରୁ ଅଧିକ ଅଭିଭାବକ ଯୋଗଦେଇଥିଲେ । କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ପରିଚାଳନା କରିଥିବା ବେଳେ ଶିକ୍ଷକ ରତ୍ନାକର ଚମ୍ପତି ଧନ୍ୟବାଦ ପ୍ରଦାନ କରିଥିଲେ ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୨/୧୨/୨୦୨୧----୧୦,୪୦ Sakhigopal News,12/12/2021

Blog Archive

Popular Posts