Breaking News

ରୁଦ୍ରପାଳ ମା ରତ୍ନେଶ୍ୱରୀଙ୍କର ମୂର୍ତ୍ତି ବିସର୍ଜନ ; ଓଡଣି ଷଷ୍ଠୀ ପର୍ବ ଶେଷ

The immersion of the idol of Rudrapala Ma Ratneshwari; Odani is the end of the sixth festival


ସାକ୍ଷୀଗୋପାଳ------ସତ୍ୟବାଦୀ ବ୍ଳକର ବିଭିନ୍ନ ଗ୍ରାମରେ ଥିବା କୁମ୍ଭାକାର ମାନଙ୍କର ଓଡଣି ଷଷ୍ଠୀ ପର୍ବ ଶେଷ ହୋଇଯାଇଛି । ଓଡଣି ଷଷ୍ଠି ତିଥିରୁ ଏହି ପର୍ବ ପାଳନ କରାଯାଇ ପାଞ୍ଚଦିନ ପର୍ଯ୍ୟନ୍ତ ଚାଲିଥାଏ ।    ସତ୍ୟବାଦୀ ବ୍ଳକର କେତକୀପାଟଣା, ରାୟପୁର, ମହାବଳପଡା, ବଡବସନ୍ତ, ବୁଧେଇ, ପୋଡଙ୍ଗସାହି, ନରେନ୍ଦ୍ରପୁର, ଶ୍ରୀରାମଚନ୍ଦ୍ରପୁରର ମୁଦୁଲିସାହି, ଜୟପୁର, ଭିଁଦାସପୁର ଓ ଶୁକଳ ଆଦି ଗ୍ରାମରେ ଯାକଜମକରେ ଓଡଣିଷଷ୍ଠୀ ପର୍ବ ପାଳିତ ହୋଇଯାଇଛି ।    ରୁଦ୍ରପାଳ ମା ରତ୍ନେଶ୍ୱରୀଙ୍କ ମୂର୍ତ୍ତି ନିର୍ମାଣ କରାଯାଇ ପାଞ୍ଚଦିନ ଧରି  ପୂଜାପାଠ କରାଯାଇଥିଲା ।  ପ୍ରତିଦିନ ଠାକୁରଙ୍କ ପାଖରେ ଖେଚୁଡି, ଘିଅଅନ୍ନ, ଡାଲି ,ଡାଲାମ. ବେସର, ଶାଗ, ଖଟା, ପୁରୀ, କାକେରା, ଆଦି ସ୍ୱାଦିଷ୍ଟ ଭୋଗ କରାଯାଇଥାଏ । ସଂଧ୍ୟାରେ କୁମ୍ଭାରଙ୍କ ପରିବାର ପକ୍ଷରୁ ମହିଳା ମାନେ ଠାକୁରଙ୍କୁ ବନ୍ଦାପନା କରିବା ସହ କୁରାଳ ପୁରାଣ ପାଠ କରାଯାଇଥାଏ । ଏହି ପାଞ୍ଚଦିନ  ସମସ୍ତ ମାଟି କାମ ବନ୍ଦ ରହିଥାଏ । ଘର ଦୁଆର ଆଗରେ ପୂର୍ଣ୍ଣକୁମ୍ଭ ବସିବା ସହ ଝୋଟି, ମୁରୁଜ ସହ ପ୍ରଦୀପ ପ୍ରଳ୍ୱଳନ କରାଯାଇଥିଲା । ପ୍ରାୟତ କୁମ୍ଭାକର ପରିବାରର ସଦସ୍ୟ ମାନେ ନୂତନ ବସ୍ତ ପରିଧାନ କରିଥାନ୍ତି । ଏହି ଅବସରରେ ବଳପୁର ପଞ୍ଚାୟତର  ଆନନ୍ଦପୁର ଗ୍ରାମର ମୁଦୁଲିସାହିର ମା ହାଣ୍ଡୁଳାଇ କୁମ୍ଭାକାର ସଂଘ ପକ୍ଷରୁ ସାତଶଙ୍ଖ ସ୍ଥିତ ବାଲିପୋଖରୀ କୋଠସାହିର ମା ସନ୍ତୋଷୀି ଗୋଟିପୁଆ କଳା କେନ୍ଦ୍ରର ପିଲା ମାନେ ଗୋଟିପୁଅ, ଓଡିଶର ନୃତ୍ୟୁ ପରିବେଷଣ କରିଥିଲେ । କୃଷକଣଚନ୍ଦ୍ର ମୁଦୁଲି, ଭଗବାନ ମୁଦୁଲି, ସୁଦାମ ମୁଦୁଲି, ରାମକୃଷ୍ଣ ମୁଦୁଲି, ଫକିର ମୁଦୁଲି, ସୁରେନ୍ଦ୍ର ମୁଦୁଲି, ଲକ୍ଷ୍‌ମୀଧର ମୁଦୁଲି, ସମ୍ଭୁ ମୁଦୁଲି, ଅକ୍ଷୟ ମୁଦୁଲି ଚକ୍ରଧାର ମୁଦୁଲି, ବିଶ୍ୱନାଥ ମୁଦୁଲି ପଞ୍ଚୁ ମୁଦୁଲି ପ୍ରମୁଖ ଉପସ୍ଥିତ ରହିଥିଲେ ।   ସଲଟନ କରି  ଠାକୁରଙ୍କୁ ପାଖ ପୋଖରୀରେ ବିସର୍ଜନ କରିଥିବାର ଦେଖାଯାଇଥିଲା ।

ସାକ୍ଷୀଗୋପାଳରୁ ଧୀେ=ରନ୍ଦ୍ର ସେନାପତି, ୧୨/୧୨/୨୦୨୧---୮,୨୫

Blog Archive

Popular Posts