ଓଡିଆ ଭାଷା ବିଶ୍ୱବିଦ୍ୟାଳୟ ପାଇଁ କାମ ଆରମ୍ଭ
Work begins for Oriya Language Universityସାକ୍ଷୀଗୋପାଳ----- ସତ୍ୟବାଦୀରେ ରାଜ୍ୟ ସରକାର ଓଡିଆ ଭାଷା ବିଶ୍ୱବିଦ୍ୟାଳୟ କରିବା ପାଇଁ ଘୋଷଣା କରିବା ପରେରାଜନେତା, ବୁଦ୍ଧିଜୀବି, ଲେଖକ, ସାମ୍ବାଦିକ, ଗବେଷକ,ସମସ୍ତେ ସ୍ୱାଗତ କରିଥିଲେ । ରାଜ୍ୟ ସରକାର ଏଥିପାଇଁ ଅର୍ଥ ମଞ୍ଜୁର ମଧ୍ୟ କରିଥିଲେ । ସାକ୍ଷୀଗୋପିନାଥ ଦେବଙ୍କ ଜମି ଚିହ୍ନଟ ହେବା ପରେ ରାଜ୍ୟ ସରକାର ଦେବତ୍ତର ବିଭାଗକୁ ଅର୍ଥ ଦେଇ ଜମି ନିଜ ଅକ୍ତିଆରକୁ ନେଇଥିଲେ । ସରକାରୀସ୍ତରରେ କିଛି କାମ ରହିଯିବାରୁ ବିଶ୍ୱବିଦ୍ୟାଳୟ କାମ ଅଟକି ରହିଥିଲା । ସ୍ଥାନୀୟ କିଛି ଲୋକ ବିଭିନ୍ନ କଥା କହିବା ସହିତ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନାମରେ ବିଭିନ୍ନ କଥା ପ୍ରଚାର କରିବାକୁ ପଛେଇନଥିଲେ । ଏପରିକି ଟଙ୍କା ଖାଇଗଲେ ମିଛରେ ଏଠାରେ ବିଶ୍ୱବିଦ୍ୟାଳୟ ହେବନାହିଁ । ଅନେକ ଅନେକ କଥା କହୁଥିଲେ । ଏବେ କାମ ନେଇଥିବା ଠିକାଦାର ସଂସ୍ଥା ଏହି ମାସ ୮ ତାରିଖରେ ସରକାରଙ୍କ ସହ ଚୁକ୍ତି ପତ୍ର କରିଛନ୍ତି । ବିଶ୍ୱବିଦ୍ୟାଳୟ ପାଇଁ ଏବେ ତିନୋଟି ପାଇଲିଙ୍ଗ କାମ ଆରମ୍ଭ ହୋଇଯାଇଛି । ମାଟି ପରୀକ୍ଷା ସରିବା ପରେ ପାଇଲିଙ୍ଗ କାମ ଆରମ୍ଭ ହୋଇଯାଇଛି । ୨୮ ଦିନ ପରେ ପାଇଲିଙ୍ଗ ଗୁଡିକ କେତେ ପରିମାଣର ଓଜନ ସହି ପାରିବ ଦେଖିବା ପରେ ଘରର ଡିଜାଇନ କରାଯିବ ବୋଲି ଠିକାଦାର ସଂସ୍ଥାର ବରିଷ୍ଠ ଜେଇ ଉମେଶ ଚନ୍ଦ୍ର ଜେନାଙ୍କ ଠାରୁ ସୁଚନା ମିଳିଛି । ଶ୍ରୀ ଜେନା କହିଛନ୍ତି ଯାହା କିଛି ହେଲେ ଫେବୃୟାରୀ ମାସ ଠାରୁ ଓଡିଆ ଭାଷା ବିଶ୍ୱବିଦ୍ୟାଳୟ ପାଇଁ ଘର କାମ ଆରମ୍ଭ ହୋଇଯିବ ବୋଲି ସେ କହନ୍ତି । ଏବେ ଯେଉଁମାନେ ବିଧାୟକ ବା ରାଜ୍ୟ ସରକାରଙ୍କ ବିରୋଧରେ କହୁଥିଲେ କାମ ଆରମ୍ଭ ହେବାପରେ ସେମାନଙ୍କ ମୁହଁ ବନ୍ଦ ହୋଇଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୧୨/୨୦୨୧---୮,୩୦
Sakhigopal News, 12/12/2021