ସତ୍ୟବାଦୀରେ ଶହୀଦ ଯବାନଙ୍କ ସହିତ ସିଡିଏସ ଜେନେରାଲଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ
Tribute to the CDS General along with the martyred Javanese in Satyavadi
ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସାଣ୍ଢରା ସ୍ଥିତ ଦେବ ଦେବ ନୀଳକଣ୍ଠେଶ୍ୱରଙ୍କ ମନ୍ଦିର ସମ୍ମୁଖରେ ସିଡିଏସ ଜେନେରାଲ ବିପିନ ରାୱତଙ୍କ ସହିତ ତାଙ୍କ ପତ୍ନୀ ଓ ଯୁନିୟର ୱାରେଣ୍ଟ ଅଫିସର ରାଣା ପ୍ରତାପ ଦାସଙ୍କ ଅମର ଆତ୍ମାର ସଦଗତି କାମନା କରି ଶ୍ରଦ୍ଧାଞ୍ଜଳି ପ୍ରାର୍ଥନା କରିବା ସହ ଦୀପ ଦାନ କରାଯାଇଥିଲା । ଏଥିରେ ବିଭିନ୍ନ ଯୁବ ସଂଗଠକ, ସମାଜ ସେବୀ, ଜନପ୍ରତିନିଧି ମାନେ ସାମିଲ ହୋଇଥିଲେ । ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଅବସର ପ୍ରାପ୍ତ୍ ଶିକ୍ଷକ ଗଙ୍ଗାଧର ଛାଟୋଇ, ବଳଭଦ୍ର ମହାପାତ୍ର, ହରିହର କରଙ୍କ ସହିତ ଗ୍ରାମାବସୀ ମାନେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୧୨/୨୦୨୧--୮,୨୦
Sakhigopal News, 12/12/2021