Breaking News

ଅଣ୍ଡିରା ବାଛୁରୀ ଆକ୍ରମଣ ଯୋଗୁ ଲୋକମାନେ ଭୟଭୀତ ; ୧୦ ଗୁରୁତର



ସାକ୍ଷୀଗୋପାଳ ----ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁମ ଗ୍ରାମ ପଞ୍ଚାୟତରେ ଏକ ଅଣ୍ଡିରା ବାଛୁରୀ ଅତର୍କିତ ଭାବେ ଆକ୍ରମଣ କରି  ୧୦ ଜଣଙ୍କୁ  ଆହତ  କରିଥିବା ଜଣାପଡିଛି । ସ୍ଥାନୀୟ ଲୋକମାନେ କହନ୍ତି ଯେ ବାଛୁରୀଟିର ମୁଣ୍ଡ ଖରାପ ହୋଇଯାଇଛି । କେଉଁଠିଥବ  ଯାହାକି ହଠାତ ପିଲା ଛୁଆଙ୍କ ଠାରୁ ବଡ ଲୋକଙ୍କୁ ଆକ୍ରମଣ କରୁଛି । ବାଛରୀଟିର ବୟସ ପ୍ରାୟ ୨ବର୍ଷ ହେବ । ମହାନ୍ତିସାହିର ବୈକୁଣ୍ଠ ଜେନାଙ୍କୁ ବାଛୁରୀଟି ଆକ୍ରମଣ କରିବା ଯୋଗୁ ତାଙ୍କର ହାତ ଭାଙ୍ଗି ଯାଇଛି । ସେହିପରି ନାୟକସାହିର ସବେଶ୍ୱର୍ର ନାୟକ ଓ ବଉଳସାହିର ଦୁଇଜଣ ଚୋଟ ପିଲାଙ୍କୁ ବାଛୁରୀଟି ଆକ୍ରମଣ କରିବା ଯୋଗୁ ସେମାନେ ଖଣ୍ଡିଆ ଖାବେରା ହେଇଥିବା ଜଣାପଡିଛି ।  ଉକ୍ତ ବାଛୁରୀକୁ ବ୍ଳକ ପ୍ରଶାସନ ପକ୍ଷରୁଚିକିତ୍ସା କରିବା ଅଳଗୁମ ଗ୍ରାମାବସୀ ମାନେ ଦାବୀ କରିଛନ୍ତି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୧୨/୨୦୨୧---=୬,୪୦

   Sakhigopal News, 10/12/2021  

Blog Archive

Popular Posts