ଡେଲାଙ୍ଗ ବ୍ଳକରେ ୯ ହଜାର ହିତାଧିକାରି ଭର୍ତ୍ତା ପାଇବାରୁ ବଞ୍ଚିତ; ସ୍ଥାନୀୟ ଯୁବ ବିଧାୟକ ଶ୍ରୀ ମହାରଥୀ ନଜର ଦେବାକୁ ଦାବି
ଡେଲାଙ୍ଗ ------ଡେଲାଙ୍ଗ ବ୍ଳକ୨୧ ଗୋଟି ଗ୍ରାମ ପଞ୍ଚାୟତର ପ୍ରାୟ ୯ ହଜାରରୁ ଅଧିକ ବିଭିନ୍ନ ଯୋଜନାରେ ରାଜ୍ୟ ସରକାରଙ୍କ ଠାରୁ ପାଉଥିବା ଭର୍ତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ସୁଚନାଯୋଗ୍ୟ ରେ ରାଜ୍ୟ ସରକାର ପ୍ରତି ମାସ ୧୫ ତାରିଖରେ ଭର୍ତ୍ତା ଯୋଗାଣ କରିବା ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି । ଛୁଟି ପଡୁ ବା ଯାହାକିଛି ହେଉନା କାହିଁକି ୧୫ ତାରିଖରେ ଭର୍ତ୍ତା ବଣ୍ଟାଯିବା ପାଇଁ ନିୟମ କରିଛନ୍ତି । ଏ ସବୁ ନିୟମକୁ ଡେଲାଙ୍ଗ ବ୍ଳକର ଅଧିକାରୀ ମାନେ ଫୁ କରି ଦେଇଛନ୍ତି । ଆଉ ୫ଦିନ ପରେଦୁଇ ମାସ ହେବ । ୯ ହଜାରରୁ ଅଧିକ ହିତାଧିକାରି ମାନେ ଭର୍ତ୍ତା ପାଇଲେ ନାହିଁ । ଭୁଲ ହେଉଛି ହିତାଧିକାରୀ ମାନଙ୍କର । ସେମାନେ ରାଜ୍ୟ ସରକାରଙ୍କ ସ୍ୱଚ୍ଛ ଆଇନକୁ ଭରଷା କରି ନିଜର ଭର୍ତ୍ତା ପଇସା ବ୍ୟାଙ୍କ ଆକଉଣ୍ଟରେ ଦେବା ପାଇଁ ଦରଖାସ୍ତ କରିବା ସହ ଭର୍ତ୍ତା ବ୍ୟାଙ୍କ ଆକଉଣ୍ଟରେ ନେବାପାଇଁ ଦାବି କରିଛନ୍ତି । ଏହି ରାଗରେ ଡେଲାଙ୍ଗ ବ୍ଳକ ବିଡିଓ ଓ ବ୍ଳକ ସାମାଜିକ ସୁରକ୍ଷା ଅଧିକାରି ବିଭିନ୍ନ ଆଳ ଦେଖାଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବାରେ ବିଳମ୍ବ କରିଛନ୍ତି । ଯାହାକି ବ୍ୟାଙ୍କରେ ଲକ୍ଷାଧିକ ଟଙ୍କା ପଡି ରହିଛି । ସେହି ଟଙ୍କାର ସୁଧ ହିତାଧିକାରୀ ମାନେ ପାଇବେ ନା ଦାୟତ୍ୱରେ ଥିବା ଅଧିକାରୀ ପାଇବେ ନା ପଞ୍ଚାୟତ ସମିତି ଆକାଉଣ୍ଟରେ ଜମା ହେବ ତାହା ଏବେ ପ୍ରଶ୍ନବାଚୀ ହୋଇପଡିଛି । ଡେଲାଙ୍ଗ ବ୍ଳକରେ ଭୁତ ଓ ସଧବା ନେଉଛି ବିଧବା ଭର୍ତ୍ତା । ସମସ୍ତେ ଜାଣିକି ମଧ୍ୟ ଚୁପ । ବ୍ଳକ ପରିସରରେ ଏତେ ଯାଗା ଥିବା ବେଳେ କେଉଁ କାରଣରୁ ଏକ ବେସରକାରୀ ଅନୁଷ୍ଠାନ ପ୍ରତି ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀଙ୍କ ମୋହ କ’ଣ ପାଇଁ ରହିଛି ତାହା ଜଣାପଡୁନାହିଁ । ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଠାରୁ ବ୍ଳକ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଗୁଆଳିପଡା ସମିତିସଭ୍ୟ ଏହି ଅନୁଷ୍ଠାନରେ ସରକାରଙ୍କ କୌଣସି କାର୍ଯ୍ୟନୁଷ୍ଠାନ ନ କରିବା ପାଇଁ ପଞ୍ଚାୟତ ସମିତିରେ ବୈଡକରେ ସ୍ଥାନ ପାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ କରାଯାଉନାହିଁ । ସେହିପରି ଦିବ୍ୟାଙ୍ଗ, ବିଧବା, ବରିଷ୍ଠ ନାଗରିକ, କଳାଭର୍ତ୍ତା ପାଉଥିବା ହିତାଧିକାରି ମାନେ ଏବେ ଭୋକ ଉପାସରେ ରହିବା ସହ ନିଜ ପାଇଁ ଟିକେ ଔଷଧ ଖାଇବାକୁ ପାଉନାହାନ୍ତି । ଅନ୍ୟ ପକ୍ଷେ ଯୁବ ବିଧାୟକ କିପରି ଏ ସମ୍ପର୍କରେ ଜାଣି ପାରୁନାହାନ୍ତି ତାହା ହିତାଧିକାରି ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି । ଏ ବିସୟରେ ଡେଲାଙ୍ଗ ବିଡିଓଙ୍କ ମତାମତ ପାଇଁ ଫୋନ କରାଯାଇଥିଲେ ମଧ୍ୟ ବିଡିଓ ମହାଶୟ ଫୋନ ଉଠାଇନଥିଲେ । ତୁରନ୍ତ ଯୁବ ବିଧାୟକ ଏକ ସଙ୍ଗେ ଦୁଇ ମାସର ଭର୍ତ୍ତା ପ୍ରଦାନ କରିବାକୁ ୯ ହଜାରରୁ ଅଧିକ ହିତାଧିକାରି ମାନେ ଦାବି କରିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୦/୧୨/୨୦୨୧----=୭,୩୦
Sakhigopal News, 10/12/2021