Breaking News

ମହିଳା ଓ ଶିଶୁ ନିର୍ଯାତନା ଓ ସୁରକ୍ଷା ଉପରେ ଦିନିକିଆ ତାଲିମ ଶିବିର

Day-to-day training camps on violence against women and children.

ନରଦା ------ବାଲିପାଟଣା ବ୍ଲକର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଦରବାର ସାହିତ୍ୟ ସଂସଦ ଆନୁକୂଲ୍ୟରେ ମୈତ୍ରୀ ନେଟ ୱାର୍କ ର ସହାୟତାରେ ଦରବାର ସାହିତ୍ୟ ସଂସଦ ତାଲିମ ଗୃହରେ ଏକ ଦିନିକିଆ ମହିଳା ଓ ଶିଶୁ ନିର୍ଯାତନା ଓ ସୁରକ୍ଷା ଉପରେ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି ।  ବାଲିପାଟଣା ବ୍ଲକର ଯୁବକ ସଂଘ ର ସଦସ୍ୟ, ଅଙ୍ଗନବାଡି କର୍ମୀ ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବାଲିପାଟଣା ଥାନା ର  ଆଇଆଇସି ଶ୍ରୀ କୃପାସିନ୍ଧୁ ବରାଡ଼, ବାଲିପାଟଣା ଶିଶୁ ବିକାଶ ଅଧିକାରୀ ସଙ୍ଗୀତା ପାଢ଼ୀ, ଦରବାର ସାହିତ୍ୟ ସଂସଦ ର ସମ୍ପାଦକ ଶ୍ରୀ କେଦାରେଶ୍ୱର ଚୌଧୁରୀ ଯୋଗଦେଇ ମହିଳା ଓ ଶିଶୁ ନିର୍ଯ୍ୟାତନା  ମହିଳା ଓ ଶିଶୁ ସୁରକ୍ଷା ଏଥି ସହିତ ଲୈଙ୍ଗିକ ହିଂସା  ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଆଇ ଆଇ ସି ବାଲିପାଟଣା କହିଥିଲେ ଏଭଳି କେସ ଯଦି ଆପଣମାନଙ୍କ ନଜର କୁ ଆସୁଛି ତେବେ ମୋତେ ଖବର କରନ୍ତୁ ମୁଁ ନିଶ୍ଚିନ୍ତ ପଦକ୍ଷେପ ନେବି । ଶିଶୁ ଅଧିକାରୀ ମଧ୍ୟ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ତାଲିମ୍ ଦାତା ଭାବେ  ଯେକି CWC ର ସଭ୍ୟ ମାନସୀ ପାଢ଼ୀ ଯୋଗ ଦେଇ ଶିଶୁ ଓ ମହିଳା ମାନଙ୍କୁ ସୁରକ୍ଷା ଦେବା ପାଇଁ ସରକାର ଙ୍କ କଣ ସବୁ ଆଇନି ଅଛି ସେବିଷୟରେ ମତ ରଖିଥିଲେ । ଯେପରିକି ଶିଶୁମାନଙ୍କ posco ଅଇନି, 376, 354,, ଧାରା ଉପରେ ତାଲିମ୍ ପ୍ରଦାନ କରିଥିଲେ । ତାଲିମ୍ କାର୍ଯ୍ୟକ୍ରମ କୁ ଦରବାର ସାହିତ୍ୟ ସଂସଦ ର ମହିଳା ସଂଯୋଜିକା ଅନ୍ନପୂର୍ଣ୍ଣା ମହାରଣା ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

ନରଦାରୁ ରଘୁନାଥ ଭୋଳଙ୍କ ରିପୋର୍ଟ,୧/୧୨/୨୦୨୧--୧୦,୩୦
 Sakhigopal News,1/12/2021 

Popular Posts