Breaking News

ଓଡ଼ଗାଁରେ ବିଶ୍ଵ ଏଡସ ଦିବସ ପାଳିତ


ଓଡ଼ଗାଁ----   ଓଡ଼ଗାଁ ତାଲୁକା ଦେଓ୍ଵାନି ଓ ଫୌଜଦାରୀ ଅଦାଲତ ପରିସରରେ ବିଶ୍ୱ ଏଡସ ଦିବସ ପାଳିତ ହୋଇଯାଇଛି। ଏଥିରେ ଗ୍ରାମ ନ୍ୟାୟାଳୟ ନ୍ୟାୟାଧୀଶ ସୁଧାବାଈ ଅଗ୍ରୱାଲ ସଭାରେ ଅଧ୍ୟକ୍ଷତା କରିଥିଲେ। ସିନିଅର ସିଭିଲ ଜଜ୍ କମ୍ ଆସିଷ୍ଟାଣ୍ଡ ସେସନ ଜଜ୍ ନ୍ୟାୟାଧୀଶ ଶୁଭାଶିଷ ଗିରି ଏଡସ ସଚେତନତା ବିଷୟରେ ତଥା ଆଇନି ଗତ କାର୍ଯ୍ୟଧାରା ଏବଂ ବିଶ୍ୱ ଏଡସ ଦିବସ ଉପରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ସାମାଜିକ କର୍ମୀ ତଥା ପରିବେଶ ସାଥି ସୁକାନ୍ତ ଚନ୍ଦ୍ର ଚୌଧୁରୀ ଓଡ଼ିଶାର ପ୍ରଥମ HIV ଚିହ୍ନିତ ବ୍ୟକ୍ତି ଉପରେ ଟିପ୍ପଣୀ ରଖି ସେମାନଙ୍କୁ ଘୃଣା ନକରିବା ପାଇଁ କହିଥିଲେ। ଆମ ଅଞ୍ଚଳର ଏଡସ ପ୍ରପୀଡ଼ିତ ପରିବାରର ଅନାଥ ଛୁଆଙ୍କୁ ସେ କିଭଳି ସହାୟତା ର ହାତ ବଢ଼ାଇ ଅଛନ୍ତି ତାହା ନିଜ ଅଭିଭାଷଣରେ ରଖିଥିଲେ। ଏଡସର କାରଣ ଓ ନିରାକରଣ ଉପରେ ଆଲୋକପାତ କରି ସମାଜରୁ ଏହାର ମୂଳୋତ୍ପାଟନ କରିବା ପାଇଁ ସମସ୍ତେ ଦୃଢ଼ ପରିକର ହେବାକୁ ସେ ଆହ୍ୱାନ ଦେଇଥିଲେ।ବାର ଆସୋସିଏସନର ସଭାପତି ଓକିଲ  ପବିତ୍ର ମୋହନ ସାହୁ, ସରକାରୀ ଓକିଲ  ପ୍ରମୋଦ ବିଶ୍ବାଳ ଏହି ସଚେତନତା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

 Odagaon Dillip  Ku Bisoi: ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
-୧/୧୨/୨୧---- ୯,୨୦  
 Sakhigopal News,1/12/2021

Popular Posts