ଭର୍ଚ୍ଚୁଆଲ ମାଧ୍ୟମରେ ୫ଟି ସଚ୍ଚିବ ଦୁତୀୟ ପର୍ଯ୍ୟାୟରେ ସାମିଲ ହୋଇଥିବା ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କ ସହ ଆଲେଚନା କଲେ
Through the virtual, five secretaries discussed with the students and teachers of the school involved in the second phase.
ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକ ପଞ୍ଚାୟତ ସମିତି ସଭାଗୃହ ପରିସରରେ ୫ଟି ସଚ୍ଚିବ ଭି. କେ. ପାଣ୍ଡିଆନ ଓ ପୁରୀ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏକ ଭର୍ଚ୍ଚୁଆଲ ମାଧ୍ୟମରେ ମତାମତ ସଂଗ୍ରହ କରିଥିଲେ । ଦୁତୀୟ ପର୍ଯ୍ୟାୟରେ ସତ୍ୟବାଦୀ ବ୍ଳକର ୮ ଗୋଟି ହାଇସ୍କୁଲ ୫ଟି ଯୋଜନାରେ ସ୍ମାର୍ଟ ବିଦ୍ୟାଳୟରେ ସ୍ଥାନ ପାଇଛି । ଏହି ଅବସରରେ ସତ୍ୟବାଦୀ ବ୍ଳକ ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ତତ୍ୱବଧାନରେ ୫ଟିରେ ସାମିଲ ହୋଇଥିବା ୮ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ , ବିଦ୍ୟାଳୟ ପରିଚାଳନା କମିଟି ଓ ଛାତ୍ରଛାତ୍ରୀ ମାନେ ଭର୍ଚ୍ଚୁଆଲ ମୋଡରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ । ବିଶେଷ କରି ୫ଟି ସଚ୍ଚିବ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନଙ୍କ ସହିତ ଆଲେଚନା କରିବା ସହ ସେମାନଙ୍କର ଏହି ଯୋଜନା ସମ୍ପର୍କରେ ମତା ମତ ନେଇଥିଲେ । ସେହିପରି ବିଡିଓ ମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ପାଇଥିବା ଟଙ୍କା କାମ କରିବାରେ ଅନୁଭୂତି ସମ୍ପର୍କରେ ସଚ୍ଚିବ ଭି.କେ. ପାଣ୍ଡ୍ରିଆନ ପଚାରି ବୁଝିଥିଲେ । ପ୍ରାୟ ୧୫ରୁ ୨୦ ମିନିଟ ପର୍ଯ୍ୟନ୍ତ ଏହି ଆଲେଚନା ଚାଲିଥିଲା । ଏଥିରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନଙ୍କ ସହିତ ବ୍ଳକ ସହକାରୀ ଯନ୍ତ୍ରୀ ବିଶ୍ୱମୋହନ ପଟ୍ଟନାୟକ, କନିଷ୍ଠ ଜେଇ ଓ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧିମାନେ ଆଲେଚନାରେ ସାମିଲ ହୋଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୯/୧୨/୨୦୨୧----୯,୧୫
Sakhigopal News----9/12/2021