ଆର୍ଥିକ ବର୍ଷ ର ଉନ୍ନୟନ ମୂଳକ କାର୍ଯ୍ୟପାଇଁ ତାଲିକା ପ୍ରସ୍ତୁତି
Preparation of the list for the development work of the financial year.
ସାକ୍ଷୀଗୋପାଳ ----= ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ପେଣ୍ଠପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚବାସନ୍ତୀ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ବୈଡକ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ କାର୍ଯ୍ୟନିବାହୀ ଅଧିକାରୀ ସାରଙ୍ଗଧର ସ୍ୱାଇଁ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂୁଚନା ପ୍ରଦାନ ରିଥିଲେ । ୨୦୨୨/୨୩ ଆର୍ଥିକ ବର୍ଷ ନିମନ୍ତେ ପଞ୍ଚାୟତର ଉନ୍ନୟନ ଯୋଜନା ଖସଡା ପାଇଁ ଏକ ତାଲିକା ସଂଗ୍ରହ କରାଯାଇଥିଲା ।ଏଥିରେ ଅଙ୍ଗନୱାର୍ଡି କେନ୍ଦ୍ର. ପାନୀୟଜଳ ଯୋଗାଣ ପାଇଁ ପଦକ୍ଷେପ, ରାସ୍ତା, ନଡିଆଚାରା ରୋପଣ, ମୋ ବଗିଚା, ତୁଟ ନିର୍ମାଣ ଆଦି ସମ୍ପର୍କରେ ତାଲିକା କରାଯାଇଥିଲା । ଅନୁଷ୍ଠିତ ବୈଠକରେ ଜିିଆରଏସ, ପଞ୍ଚାୟତର ୱାଡ ସଭ୍ୟସଭ୍ୟାଙ୍କ ସହିତ ଅଙ୍ଗନୱାଡି କର୍ମୀ ଜନସାଧାରଣ ଯୋଗଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୧୨/୨୦୨୧---୯,୨୦
Sakhigopal News, 9/12/2021