ସାକ୍ଷୀଗୋପାଳ ଠାକୁରଙ୍କ ଘୋଡଲାଗି ବେଶ ଆରମ୍ଭ
Sakshigopala Thakur's horse is a good start
ସାକ୍ଷୀଗୋପାଳ ----- ସାକ୍ଷୀଗୋପାଳ ଠାକୁରଙ୍କର ପାରମ୍ପାରିକ ଘୋଡଲାଗି ବେଶ ଅନୁଷ୍ଠିତ ହୋଇଯାଇଛି । ଦୈନଦିନ ଦେବନିତୀ ସହିତ ଦ୍ୱିପ୍ରହର ଧୁପ ବେଶରେ ନୁତନ ଘୋଡଲାଗି, ଯାତଭୋଗ, ଉପଚାର ଓ ଆଳତୀ କରାଯାଉଛି । ଶୀତଯୋଗୁ ରେଶମ କପଡାରେ ପ୍ରସ୍ତୁତ କରାଯାଇଥିବା ନୂଆଘୋଡ (ଚାଦର) ଠାକୁରଙ୍କ ସର୍ବାଙ୍ଗ ଶରୀରରେ ଢ଼ାଙ୍କି ଦିଆଯାଉଛି । ମୂଖମଣ୍ଡଳ ବ୍ୟତିତ ମସ୍ତକରେ ମୁଣ୍ଡଘୋଡ ( ମଫଲର ) ବାନ୍ଧି ଦିଆଯାଇଥିଲା । ଏଭଳିବେଶ ଆସନ୍ତା ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ପ୍ରତିଦିନ ଅନୁଷ୍ଠିତ ହେବ ବୋଲି ମନ୍ଦିର ସୁପର ଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି । ଅନୁରୂପ ଭାବେ ଶ୍ରୀରାଧାଙ୍କୁ ରେଶମ ଘୋଡରେ ଆଛାଦିତ କରାଯାଇଥିଲା । ମନ୍ଦିର ବେଢ଼ାରେ ରହିଥିବା ଅନ୍ୟ ଠାକୁରଙ୍କ ସହିତ ରାମ ଲକ୍ଷ୍ମଣ, ସୀତା, ଗରୁଡ ଓ ପତିତପାବନଙ୍କୁ ଘୋଡଲାଗି ବେଶ କରାଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୧୨/୨୦୨୧---=୬,୩୦
Sakhigopal News, 10/12/2021