ଦୁବାଇ ଫେରନ୍ତା କୋଭିଡ ପଜିଟିଭ୍ .--- ସ୍ଥାନୀୟ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
Dubai returns Covid positive .--- Micro Content Zone declared to local area.
ଭଞ୍ଜନଗର---ତୃତୀୟ ଲହର୍ ର ପ୍ରଥମ ଘଟଣା ନଜରକୁ ଆସିଛି ଗଂଜାମ ଜିଲ୍ଲା ଭଂଜନଗର ଅଂଚଳରେ । ଦୁବାଇ ଫେରନ୍ତା କରୋନା ପଜିଟିଭ୍ ହେବା ପରେ ଏନେଇ ଚିନ୍ତା ବଢିଯାଇଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଞ୍ଜନଗର ଲଣ୍ଢେଇସାହି ନିକଟ ଏକ ଜନବସତି ରୁ କୋଭିଡ ଆକ୍ରାନ୍ତଙ୍କ ସଂପର୍କରେ ଜଣାପଡିବା ପରେ , ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାସହିତ ଲଣ୍ଡେଇସାହିରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏ ସଂକ୍ରାନ୍ତରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପକ୍ଷରୁ ନିର୍ଦ୍ଦେଶନମା ଜାରି ହୋଇଛି । ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରେ ଓମିକ୍ରନ ଭୂତାଣୁ ଅଛି କି ନାହିଁ ସେନେଇ ସ୍ୱାବ୍ ସଂଗ୍ରହ କରି ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଛି ।

ସୂଚନା ଅନୁସାରେ, ଦୁବାଇରୁ ଜଣେ ବ୍ୟକ୍ତି ଗତ ୩୦ ତାରିଖରେ ରାଉରକେଲା ଆସିଥିଲେ ଏୟାରପୋର୍ଟରେ ତାଙ୍କର ଆରଟିପିସିଆର ଟେଷ୍ଟ ପାଇଁ ସ୍ୱାବ ସଂଗ୍ରହ ହୋଇଥିଲା । ରାଉରକେଲାରଏହି ବ୍ୟକ୍ତି ଜଣକ କିଛି ଦିନ ତଳେ ଭଞ୍ଜନଗର ନିଜ ସମ୍ପର୍କୀୟଙ୍କ ଘରକୁ ଗତ ୭ ତାରିଖରେ ଆସିଥିଲେ । ତାଙ୍କର ମୋବାଇଲକୁ କରୋନା ପଜିଟିଭ ବୋଲି ମେସେଜ ଆସିଥିଲା । ଲଣ୍ଡେଇସାହିରେ ଯେଉଁ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ ତାଙ୍କର ଦୁଇ ପଡୋଶୀଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ କୁହାଯାଇଛି । ଏହାସହିତ ତିନୋଟି ଘରକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ବୋଲି ଘୋଷଣା କରାଯାଇଛି । ମାତ୍ର ସେମାନଙ୍କ ପାଖରେ କୋଭିଡର କୌଣସି ଲକ୍ଷଣ ନଥିବା ଜାଣିବାକୁ ମିଳିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଏବେ ପ୍ରଶାସନିକ ସ୍ତରରେ ସତର୍କତା ଅବଲମ୍ବନ କରାଯାଇଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୦/୧୨/୨୦୨୧----୭,୦୫
Sakhigopal News10/12/2021