Breaking News

ବାତ୍ୟା ପରେ ବିଲରେ ପଶି ଧାନ ଗଜା ଦେଖିଲେ ସତ୍ୟବାଦୀ ବିଧାୟକ ; ଶ୍ରୀ ସାମନ୍ତରାୟ ; ସାତଦିନ ମଧ୍ୟରେ ସଠିକ ତାଲିକା ପ୍ରସ୍ତୁତ କର

The truthful legislator entered the bill after the storm and saw the paddy sprouting; Mr. Samantaraya; Make the right list within seven days.


 ସାକ୍ଷୀଗୋପାଳ----- ବାତ୍ୟା ଜୱାଦ ଗଲା ପରେ ବିଶେଷ କ୍ଷତି କରିଛି ଧାନ ଓ ପନିପରିବା ଚାଷ ଉପରେ । ଚାଷୀ ମାନଙ୍କର ମେରୁଦଣ୍ଡ ଭାଙ୍ଗିଯାଇଛି । ବର୍ଷକର ଆୟ ପୋଛି ନେଇଗଲା ବାତ୍ୟା । ଏବେ ଚାଷୀ ପରିବାର କ’ଣ କରିବେ । ସବୁ ଗହିରରେ ଖରାଦିନିଆ ଧାନ ହୁଏ ନାହିଁ ।ଯେଉଁମାନେ ଖରାଦିନିଆ ଧାନ କରିବେ ସେମାନଙ୍କର ଏବେ ଭରସା ପାଉନାହିଁ । ବାତ୍ୟା ଯିବା ପରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ସତ୍ୟବାଦୀ ବ୍ଳକର ବିଭିନ୍ନ ଗ୍ରାମ ଗହିର ବୁଲିକି କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି । ବର୍ଷାରେ ବିଲରେ ପାଣି ଯାହା ଥିଲା ଏବେ ତାର ଦୁଇଗୁଣ ବଡିଯାଇଛି । ବର୍ଷା ସାଙ୍ଗକୁ କୋହଲା ପବନ ଯୋଗୁ ପାଚିଲା ଧାନ ଗଛ ସବୁ ବିଲ ପାଣିରେ ପଡିଛି । ପାଣିରେ ପଡିଥିବା ଧାନ ସବୁ ହେବେ  ଗଜା ହେବା ଆରମ୍ଭ ହୋଇଗଲାଣି ବୋଲି ଚାଷୀ ମାନେ  ସତ୍ୟବାଦୀ ବିଧାୟକ ଶ୍ରୀ ସାମନ୍ତରାୟଙ୍କୁ  ଦେଖିାଇଥିଲେ  । ବିଧାୟକ  ସହିତ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା, ଅତିରିକ୍ତ ତହସିଲଦାର ମୌସୁମି ମିଶ୍ର, ସହ କୃଷି ଅଧିକାରୀ ଶାନ୍ତ ସୁଚରିତା ଦାଶ, ପଶୁଚିକିତ୍ସାଳୟ ଡ, ଜ୍ଞାନ ରଞ୍ଜନ ମିଶ୍ର, ବ୍ଳକ ବିଜେଡି ସଭାପତି ପ୍ରମୋଦ ରାଉତରାୟ, ଆମାôର ସଭାପତି ରାମଚନ୍ଦ୍ର ମହାନ୍ତି, ବିଧାୟକଙ୍କ ପ୍ରତିନିଧି ସୁନିଲ କୁମାର ପଣ୍ଡା, ବିଜେଡି ଯୁବ ସଭାପତି ଶରତ ରାଉତରାୟ, ଜିଲ୍ଲା ପରିଷଦ ସଭ୍ୟ ଧୃବ ଚରଣ ଦାଶ, ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ଦେବାଶିଷ ରାୟ, ଶଙ୍କର ପ୍ରଧାନ, ସୁବାଷ ପ୍ରଧାନଙ୍କ ସହିତ ବିଭିନ୍ନ ଜନପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ । ବଳପୁର, ସାରଙ୍ଗଯୋଡି, ପରଜାପଡା, ଶ୍ରୀରାମଚନ୍ଦ୍ରପୁର, ଅଳଗୁମ, ନୁଆସମେଶ୍ୱରପୁର, ନରେନ୍ଦ୍ରପୁର ଆଦି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମ ଗହିର ବିଧାୟକଙ୍କ ସହିତ ଏହି ଟିମ ବୁଲିକି ଦେଖିବା ସହ ଜଳ ନିଷ୍କାସନ ପାଇଁ ଏକ ମାଷ୍ଟର ପ୍ଳାନ କରିବା ପାଇଁ ବିଧାୟକ କହିଛନ୍ତି । ଉପସ୍ଥିତ ଥିବା ସମସ୍ତ ଅଧିକାରୀ ମାନଙ୍କୁ ବିଧାୟକ ଶ୍ରୀ ସାମନ୍ତରାୟ ନିର୍ଦ୍ଦେଶ ଦେଇଥିଲେ ତୁରନ୍ତ ଏକ କମିଟି ଗଠନ କରି ସଠିକ ତଦନ୍ତ କରି ରିର୍ପୋଟ ଦେବାକୁ । ଯେପରି ଜଣେ ଚାଷୀ ନାମ ବାଦ ନପଡେ ସେଥିପ୍ରତି ସଜାଗ ରହିବାକୁ ଅଧିକାରୀ ମାନଙ୍କୁ କହିଥିବା ଜଣାପଡିଛି । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୧୨/୨୦୨୧---୮,୫୫   Sakhigopal News, 6/12/2021

Blog Archive

Popular Posts