ଓଡ଼ଗାଁ କଂଗ୍ରେସ ତରଫରୁ ବାତ୍ଯା କ୍ଷତିଗ୍ରସ୍ତ ଙ୍କୁ ସହାୟତା ପାଇଁ ତହସିଲଦାର ଙ୍କୁ ଦାବିପତ୍ର
Odgaon Congress demands letter from tehsildar to help flood victims.
ଓଡ଼ଗାଁ:- ବାତ୍ୟା "ଜୱାଦ" ର ପ୍ରଭାବ ରେ ଓଡ଼ଗାଁ ବ୍ଳକ ର ବିଭିନ୍ନ ଅଞ୍ଚଳରେ ଚାଷୀମାନଙ୍କ କ୍ଷୟକ୍ଷତି କହିଲେ ନସରେ । ଏହାସହ ଜରିପାଲ ତଳେ ଜୀବନ ବିତାଉଥିବା ପରିବାର ବାତ୍ଯା ରେ ସଂପୂର୍ଣ୍ଣ କ୍ଷତି ହୋଇଯାଇଛି। ତେଣୁ ବାତ୍ଯା ର ସଠିକ୍ କ୍ଷୟକ୍ଷତି ଆକଳନ କରି ବାତ୍ଯା କ୍ଷତିଗ୍ରସ୍ତ ଙ୍କୁ ସରକାରୀ ସହାୟତା ପ୍ରଦାନ ଦାବିରେ ଓଡ଼ଗାଁ ବ୍ଳକ କଂଗ୍ରେସ ତରଫରୁ ଓଡ଼ଗାଁ ତହସିଲଦାର ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଓଡ଼ଗାଁ ବ୍ଳକ କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ଏନ୍ଏସି ସଭାପତି ଜଗନ୍ନାଥ ନାୟକ, ଦେବରାଜ ପାଢ଼ୀ, ଶ୍ରୀନିବାସ ନାୟକ,ରାଧାକାନ୍ତ ମହାପାତ୍ର, ନିରଞ୍ଜନ ରାଉତ, ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ସୋମନାଥ ସାହୁ ପ୍ରମୁଖ କଂଗ୍ରେସ କର୍ମୀ ଓଡ଼ଗାଁ ତହସିଲଦାର ବିଜୟିତା ସାମନ୍ତସିଂହାର ଙ୍କୁ ଏହି ଦାବିପତ୍ର ପ୍ରଦାନ କରିବା ସହ ଯଥାଶୀଘ୍ର କ୍ଷତିଗ୍ରସ୍ତ ଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ।
ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
- ୬/୧୨/୨୧ -- ୯,୪୫
Sakhigopal News,6/12/2021