ଜାଗେଶ୍ୱରୀ ବିଦ୍ୟାପୀଠରେ ବନ୍ଧୁ ମିଳନ ସହିତ ଶ୍ରଦ୍ଧାଞ୍ଜଳି ସଭା
Tribute meeting with friends at Jageshwari Vidyapeeth ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ଗ୍ରମ ପଞ୍ଚାୟତରେ ଥିବା ଜାଗେଶ୍ୱରୀ ବିଦ୍ୟାପୀଠର ୧୯୮୩ ମସିହା ମାଟ୍ରିକ ବ୍ୟାଚର ଛାତ୍ର ଛାତ୍ରୀ ମାନଙ୍କର ଏକ ବନ୍ଧୁ ମିଳନ ସହିତ ଶହୀଦ ବାୟୁସେନାର ଯବାନ ଓ ସାଥୀ ମାନଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଚଳି ସଭା ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ମୁରବୀଙ୍କ ସହିତ ପୂର୍ବତନ ଶିକ୍ଷକ ବିରଞ୍ଚି ନାରାୟଣ ମହାନ୍ତି, ମାର୍କଣ୍ଡ ସେନାପତି, ମନ ମୋହନ ଦାସ, ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଥମେ ବିଦ୍ୟାଳୟ ପରିସରରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାର୍ଲ୍ୟ ଅର୍ପଣ କରାଯାଇଥିଲା । ପରେ ପରେ ଶହୀଦ ଯବାନଙ୍କ ସହିତ ସ୍ୱଗତ ସହପାଠୀ ମାନଙ୍କ ଉଦ୍ଦ୍ୟେଶରେ ଦୀପଦାନ କରାଯାଇଥିଲା । ସେ ଦିନର ପାଠପଢ଼ା ଆଉ ଆଜିର ପାଠ ପଢ଼ା ବହୁ ଫରକ ହୋଇଯାଇଛି । ଏବେ ସରକାର ବିଭିନ୍ନ ହାଇସ୍କୁଲ ଗୁଡିକକୁ ୫ଟି ଯୋଜନାରେ ରୁପରେଖ ବଦଳାଇ ଦେଇଛନ୍ତି । ଯାହାକି ବିଦ୍ୟାଳୟ ଗୁଡିକ ହସି ଉଠୁଛି ସେଥିପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ବିଶେଷ କରି ଜାଗେଶ୍ୱରୀ ବିଦ୍ୟାପୀଠର ଉନ୍ନତି ନମନ୍ତେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନେ ସଂକଳ୍ପବଦ୍ଦ ହୋଇଥିଲେ । ଦୀନକୃଷ୍ଣ ପ୍ରଧାନଙ୍କ ନେତ୍ୱତୃରେ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିବା ବେଳେ ରମେଶ ଚନ୍ଦ୍ର ପ୍ରଧାନ, ଗୌତମ ନାୟକ, ଲିଙ୍ଗରାଜ ସାହୁ, ହରମୋନ ସିଂହ, ନିର୍ମଳା ମହାନ୍ତି, ଜୟନ୍ତୀ ମହାନ୍ତିନିରୁପମା ମହାନ୍ତି, ନରୋତମ ରାଉତ ପ୍ରମୁଖ କାର୍ଯ୍ୟକ୍ରମ =ପରିଚାଳନାରେ ସହଯୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୧୨/୨୦୨୧---୮,୩୫
Sakhigopal News, 12/12/2021