ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଙ୍କ ଜନ୍ମଦିବସ ଅବସରରେ ରକ୍ତଦାନ ଶିବିର
Blood donation camp on the birthday of Atabira MLA Snehangini Churia
ବରଗଡ଼---- ବରଗଡ ଜିଲ୍ଲା ଭେଡେନ ବ୍ଲକ ତାଲମେଣ୍ଡା ପଞ୍ଚାୟତର ସହଁରାଟିକରା ବିଜୁ କୃଷକ ଭବନଠାରେ ବିଜେଡି ରାଜ୍ୟ ମହିଳା ସଭାନେତ୍ରୀ ତଥା ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଙ୍କ ଜନ୍ମଦିବସ ପାଳନ ଅବସରରେ ତାଲମେଣ୍ଡା ସରପଞ୍ଚ ସମୀର ସେଟ ଙ୍କ ଆହ୍ବାନ କ୍ରମେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବରେ " ଓଡିଶା ମୋ ପରିବାର" ବରଗଡ ଜିଲ୍ଲା ମୁଖ୍ୟ ସଂଯୋଜକ ଗୌରହରୀ ମିଶ୍ର ଫିତା କାଟି ଉଦଘାଟନ କରିଥିଲେ । ବିଜୁ ପଟ୍ଟନାୟକ ପ୍ରତିଛବି ରେ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ। ସମ୍ମାନୀତ ଅତିଥି ଆର ଏମ ସି ସଂପାଦକ ଦୁର୍ଗା ପ୍ରସାଦ ଛୁରିଆ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।
ଏଥିରେ ଭେଡେନ ବ୍ଲକ ଅଧ୍ୟକ୍ଷ ଡ଼ୋଲାମଣୀ କ୍ଷେତି, ଅତାବିରା ବ୍ଲକ ଅଧ୍ୟକ୍ଷା ରିତା ସାହୁ,ଜିଲ୍ଲା ପରିଷଦ ସଭ୍ଯ ସୁବାସ ହୋତା, ଭେଡେନ ବ୍ଲକ ବିଜେଡି ସଭାପତି ହରିଶଙ୍କର ବେହେରା, ମହିଳା ସଭାନେତ୍ରୀ ସୁଧାମୟୀ ମେହେର, ଭେଡେନ ବ୍ଲକ ସରପଞ୍ଚ ସଂଘ ର ସଭାପତି ଶୁସାନ୍ତ କୁମାର ସାହୁ, ପୂର୍ବତନ ପ୍ରଧାନ ଶିକ୍ଷକ ଲମ୍ବୋଧର ହୋତା, ଅବସରପ୍ରାପ୍ତ ଶିକ୍ଷକ ଶିବ ପ୍ରସାଦ ହୋତା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରଣଜିତ କୁମାର ଭୋଇ, କୁଳମଣି ପ୍ରଧାନ, ପୂର୍ବତନ ସଂକ୍ରିଡା ପେକ୍ସ ସଭାପତି ସତ୍ୟଜିତ ପୁରୋହିତ,ମୋହନ ଦୋରା, ତୋଷବନ୍ତ ବେହେରା, ବୀରବଲ୍ ହୋତା, ସୁବ୍ରତ ଚାନ୍ଦ, ଦେବେନ୍ଦ୍ର ପୁରୋହିତ ପ୍ରମୁଖ ଯୋଗ ଦେଇଥିଲେ। ବହୁ ସଂଖ୍ୟାରେ ବିଜେଡି କର୍ମୀ ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ ଓ ଶ୍ରୀମତୀ ଛୁରିଆଙ୍କ ସୁଦୀର୍ଘ, ସୁସ୍ଥ, ନିରାମୟ ଜୀବନ କାମନା କରିଥିଲେ। ଏଥିରେ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ବୁର୍ଲା ରକ୍ତ ଭଣ୍ଡାର ଡାଃ ମନୀଷା ପରିଡା, ଦେବାଶିଷ ମିଶ୍ର, ମଣ୍ଟୁ ପ୍ରଧାନ, ପଦ୍ମିନୀ ଶତପଥୀ, ଗଣେଶ ପଧାନ, ଜନକ ବେହେରା, ପ୍ରହଲ୍ଲାଦ ଭୋଇ, ପାଏନୁ ଭୋଇ ଓ ସଂଜୀବ ବେରା ପ୍ରମୁଖ ରକ୍ତ ସଂଗ୍ରହ କରି ଥିଲେ। ଏଥିରେ ୮୫ ଜଣ ସ୍ୱେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ। ଏହି ଅବସରରେ ଏକ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା।

ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୦/୧୨/୨୦୨୧-----୬,୫୦
Sakhigopal News10/12/2021