Breaking News

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ସ୍ଵଚ୍ଛତା ପକ୍ଷ ପାଳନ

   ‌‌‌ ‌Public high school in Barkera celebrates transparency.
 
 ଡେଲାଙ୍ଗ---- ‌ପୁରୀଜିଲ୍ଲ ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ କେନ୍ଦ୍ରୀୟ ଉଦ୍ୟାନ କୃଷି ‌ଗବେଷଣା‌ ସଂସ୍ଥା ‌ଆଇଗୀଣିଆ ଭୂବନେଶ୍ଵର‌ଙ୍କ ସହଯୋଗରେ ସ୍ଵଚ୍ଛତା ପକ୍ଷ ପାଳନ କରାଯାଇଛି। ଏହି ଉପଲକ୍ଷେ ଏକ ସଚେତନତା ରାଲି କରାଯିବା ସହିତ ସଭାର ଆୟୋଜନ କରାଯାଇଥିଲା। ଏଥିରେ ସଭାପତିତ୍ଵ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସେଠୀ। ମୂଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ଭାବେ କେନ୍ଦ୍ରୀୟ ଉଦ୍ୟାନ କୃଷି ‌ଗବେଷଣା‌ ସଂସ୍ଥାର ବରିଷ୍ଠ ବୈଜ୍ଞାନିକ ଡଃ ଶ୍ରୀନିବାସନ, ସିଂହରାୟ ମାଝି, ଶିକ୍ଷକ ମିଟୁ କିଶୋର ପ୍ରଧାନ ଶିକ୍ଷୟିତ୍ରୀ ମଞୁଲତା ପ୍ରଧାନ ବିରଞ୍ଚିନାରାୟଣ ବରାଳ, ସୁଧୀର କୁମାର ଜେନା, ପର୍ଶୁରାମ ସାହୁ, ପୁରୁଷୋତ୍ତମ ନାୟକ, ପରିଚାଳନା କମିଟି ସଭାପତି ପବିତ୍ର ମୋହନ ପରିଡା ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ। ବକ୍ତାମାନେ ସ୍ଵଚ୍ଛତା ଉପରେ ଗୁରୁତ୍ଵ ଦେବା ସହିତ ବୃକ୍ଷ ରୋପଣ କରି ପୃଥିବୀ ମାତାଙ୍କୁ ବିଶ୍ଵ ତପାୟନରୁ ରକ୍ଷାକରିବା ପାଇଁ ପରାମର୍ଶ ଦେଇଥିଲେ।ସର୍ବ ଶେଷରେ ସୁଧୀର କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟ ପ୍ରାଙ୍ଗଣରେ ନାରିକେଳ ବୃକ୍ଷ ଚାରା ରୋପଣ କରାଯାଇଥିଲା। 
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୬/୧୨/୨୦୨୧---୫,୪୦ 
Sakhigopal News,16/12/2021

Blog Archive

Popular Posts