Breaking News

ଆଭାସିରେ ୫-ଟି ସଚିବଙ୍କ ଦ୍ଵିତୀୟ ପର୍ଯ୍ୟାୟ ବିଦ୍ୟାଳୟ ରୂପାନ୍ତରୀକରଣ ଆଲୋଚନା



ଡେଲାଙ୍ଗ--- ଦ୍ଵିତୀୟ ପର୍ଯ୍ୟାୟରେ ଜିଲ୍ଲାର ଆଉ ୧୦୦ ଉଚ୍ଚ ବିଦ୍ୟାଳୟକୁ ୫-ଟି ଯୋଜନାରେ ରୂପାନ୍ତରୀକରଣ ପାଇଁ ସାମିଲ କରାଯାଇଛି। ୮ ଟି ଉଚ୍ଚ ବିଦ୍ୟାଳୟକୁ ଏହି ଯୋଜନାରେ ରୂପାନ୍ତରୀକରଣ ପାଇଁ ସାମିଲ କରାଯାଇଥିବା ନେଇ ଡେଲାଙ୍ଗ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।ରୂପାନ୍ତରୀକରଣ ପାଇଁ ଚିହ୍ନଟ ହୋଇଥିବା ବିଦ୍ୟାଳୟଗୁଡିକ ହେଲା ଚାଇଁପୁରର ଷଡାଙ୍ଗୋଇ ଉଚ୍ଚ ବିଦ୍ୟାଳୟ, ଗଡ଼ମୋଟରୀ ବିଶ୍ଵନାଥ ଦେଵ ଉଚ୍ଚ ବିଦ୍ୟାପୀଠ, ସାଉରିଆର ରାଧାମୋହନ ଦେଵ ଉଚ୍ଚ ବିଦ୍ୟାପୀଠ, ଅଭୟମୁଖୀ ରାମଚନ୍ଦ୍ରପୁରର ସର୍ବପଲ୍ଲୀ ନୋଡାଲ ଉଚ୍ଚ ବିଦ୍ୟାପୀଠ, ଶ୍ରୀପୁରୁଷୋତ୍ତମପୁର ନୋଡାଲ ଉଚ୍ଚ ବିଦ୍ୟାଳୟ,ଧାନକେରା   କପିଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ, ଡେଲାଙ୍ଗ ସରକାରୀ ନୋଡାଲ ଉଚ୍ଚ ବାଳିକା ବିଦ୍ୟାଳୟ ଓ ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟ। ଗୁରୁବାର ପୂର୍ବାହ୍ନରେ ୫-ଟି ସଚିବ ଭି.କେ.ପାଣ୍ଡିୟାନ,ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ  ନିର୍ଦ୍ଦେଶକ ଜ୍ୟୋତିଶଙ୍କର ମହାପାତ୍ର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଡେଲାଙ୍ଗ ବ୍ଲକ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ଉପସ୍ଥିତ ବିଡ଼ିଓ ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ଦ୍ଵିତୀୟ ପର୍ଯ୍ୟାୟରେ ୫-ଟି ଯୋଜନାରେ ରୂପାନ୍ତରୀକରଣ ପାଇଁ ଅନ୍ତର୍ଭୁକ୍ତ ୮ ଟି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ,ସରପଞ୍ଚ,ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଏବଂ ପୂରାତନ ଛାତ୍ର ସଂସଦ ଓ ଛାତ୍ର/ଛାତ୍ରୀ ପ୍ରତିନିଧିଙ୍କ ସହ ବିଦ୍ୟାଳୟର ଉନ୍ନତିକରଣ,ସ୍ମାର୍ଟ ବିଦ୍ୟାଳୟର ଆବଶ୍ୟକତା ଓ କାର୍ଯ୍ୟକାରିତା ତଥା ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।ଡେଲାଙ୍ଗ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଭରଚୁଆଲ   କାର୍ଯ୍ୟଶୈଳୀକୁ ଅନୁକରଣ କରି ଆଗାମୀ ମାର୍ଚ୍ଚ ୫ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ୫-ଟି ସଚିବ ଶ୍ରୀ ପାଣ୍ଡିୟାନ ନିର୍ଦ୍ଦେଶ ଦେଇଥିଲେ। ରୂପାନ୍ତରୀକରଣ କାର୍ଯ୍ୟରେ ପଞ୍ଚାୟତ ସମିତି କାର୍ଯ୍ୟନିର୍ବାହୀ ସଂସ୍ଥା ରୂପେ ଯୋଜନା କାର୍ଯ୍ୟାନ୍ଵୟନର ଅଗ୍ରଗତି ସମ୍ପର୍କରେ ଦାୟିତ୍ୱ ତୁଲାଉଥିବା ନେଇ ବିଡ଼ିଓ ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଥିଲେ।ତେବେ ଏହି ଯୋଜନାରେ ରାଜ୍ୟ,ଜିଲ୍ଲା ଓ ବ୍ଲକସ୍ତରୀୟ ଉଲ୍ଲେଖନୀୟ କୃତିତ୍ୱ ପ୍ରଦର୍ଶନ କରିଥିବା ସ୍ମାର୍ଟ ବିଦ୍ୟାଳୟକୁ ପୁରସ୍କୃତ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ବର୍ମା ସୂଚନା ଦେଇଥିଲେ। ଏଥିପାଇଁ ଉଚ୍ଚ କ୍ଷମତାସମ୍ପନ୍ନ ଅଧିକାରୀଙ୍କୁ ନେଇ ୬ ଟି ଟାସ୍କଫୋର୍ସ ଗଠନ କରାଯାଇଥିବାବେଳେ ସେମାନେ ବିଭିନ୍ନ ବିଦ୍ୟାଳୟ ଗସ୍ତକରି ଉତ୍ତମ କାର୍ଯ୍ୟଶୈଳୀ ତଦାରଖ କରିବା ସହ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ସ୍ମାର୍ଟ ବିଦ୍ୟାଳୟଗୁଡିକୁ ସୁପାରିଶ କରିବେ ବୋଲି ବିଡ଼ିଓ ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜେଶ୍ୱର ମହାରଣା,କନିଷ୍ଠ ଯନ୍ତ୍ରୀ ଶୁଭ୍ରଜିତା ପାଣି,ଚିତ୍ରୋତ୍ପଳା ନାୟକ,ଜଗନ୍ନାଥ ରାଉତ,ମାନସ କୁମାର ମହାନ୍ତି, ସହକାରୀ ବ୍ଲକ ଶିକ୍ଷାଧିକାରୀ ଯୁଧିଷ୍ଠିର ପରିଡ଼ା,ଲକ୍ଷ୍ମଣ ପ୍ରଧାନ, ଚାଇଁପୁର ପଞ୍ଚାୟତ ସରପଞ୍ଚ ପ୍ରଦ୍ୟୁମ୍ନ ପରିଡ଼ା,ଗଡ଼ମୋଟରୀ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ରମଣୀରଞ୍ଜନ ଚମ୍ପତ୍ତିରାୟ,ସାଉରିଆ ପଞ୍ଚାୟତ ସରପଞ୍ଚ କୁନିମଣି ରାଉତରାୟ, ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟ ବିଦ୍ୟାଳୟ ପରିଚାଳନା କମିଟି ଉପାଧ୍ୟକ୍ଷା ଗୀତାରାଣୀ ରଣଜିତଙ୍କ ସମେତ ୫-ଟି ଅନ୍ତର୍ଭୁକ୍ତ ରୂପାନ୍ତରୀକରଣ ଯୋଜନାରେ ସାମିଲ ହୋଇଥିବା ୮ଟି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀ,ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ/ସଭ୍ୟା,ଆଲୁମିନି ଓ ଛାତ୍ର ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତିଙ୍କ ରିପୋର୍ଟ, ୯/୧୨/୨୦୨୧ ---- ୧୦,୨୦   Sakhigopal News,9/12/2021

Blog Archive

Popular Posts