Breaking News

ଲୁଟ ଅଭିଯୋଗରେ ୩କୋର୍ଟ ଚାଲାଣ, ଚୋରୀ ସାମଗ୍ରୀ ଜବତ



Three court cases and theft of stolen goods were seized .


ଜଟଣୀ----  ସିବରାଜ ସାହୁଙ୍କ ଘରୁ ଲୁଟ କରିଥିବା ଅଭିଯୋଗରେ ଜଟଣୀ ପୁଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଚୋରୀ ସାମଗ୍ରୀକୁ ଜବତ କରିଛି । ଅଭିଯୋଗକୁ ଭିତିକରି ପୁଲିସ ଆଜି ସଂପୃକ୍ତ ୩ଜଣଙ୍କୁ କୋର୍ଟ ଚାଲାଣ କରିଥିବା ପୁଲିସ ପକ୍ଷରୁ ସୁଚନା ମିଳିଛି । ସୁଚନାନୁସାରେ, ଜଟଣୀଥାନା ଅନ୍ତର୍ଗତ ଜାଂଳା ଗ୍ରାମର ସିବରାଜ ସାହୁଙ୍କ ଘରୁ ଗତକାଲି ରାତିରେ  ଦୁର୍ବୁତ ମାନେ ଘରେ ପଶି ଗ୍ୟାସ ସିଲିଣ୍ଡର,ମୋବାଇଲ ଫୋନ, ନଗଦ ୧୫୦୦ଟଙ୍କା ସହିତ ଅନ୍ୟାନ୍ୟ ଆସବାବପତ୍ର ଲୁଟି ନେଇଥିବା ଜଟଣୀଥାନାରେ ଅଭିଯୋଗ କରିଥିଲେ  । ଅଭିଯୋଗକୁ ଭିତିକରି ପୁଲିସ ତଦନ୍ତପରେ ଏଥିରେ ସଂପୃକ୍ତ ୩ଜଣଙ୍କୁ ସେମାନଙ୍କ ନିଜ ନିଜ ଘରୁ ଗିରଫ କରିଥିଲା । ସେମାନଙ୍କଠାରୁ ଲୁଟ ସାମଗ୍ରୀ ମଧ୍ୟ ଜବତ କରିଥିଲା ପୁଲିସ । ଏଥିରେ ସଂପୃକ୍ତ ଅଭିଯୁକ୍ତ ସନିଆ ସ୍ୱାଇଁ,କାଳୁ ବାରିକ ଓ ଦିବ୍ୟ ଦାସଙ୍କୁୂ ଗିରଫ କରି ଜଟଣୀଥାନା କେଶନଂ ୫୯୯/୨୧ରେ ମାମଲା ରୁଜୁକରି  କୋର୍ଟ ଚାଲାଣ କରାଯାଇଥିବା ଜଟଣୀଥାନା ଆଇଆଇସି ବିଶ୍ୱରଂଜନ ସାହୁଙ୍କ ଠାରୁ ସୁଚନା ମିଳିଛି  ।


Three court cases and theft of stolen goods were seized
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ର୍ରିର୍ପୋଟ, ୧୪/୧୧/=୨୦୨୧---୩,୩୦ 

 Sakhigopal News, 14/11/2021


Blog Archive

Popular Posts