Breaking News

ପଞ୍ଚୁକ ବ୍ରତ ଆରମ୍ଭ ; ପ୍ରଥମ ପଞ୍ଚୁକରେ ମନ୍ଦିରକୁ ଭକ୍ତଙ୍କୁ ମନା

  


ସାକ୍ଷୀଗୋପାଳ -----ଆଜି ହେଉଛି ମହା କାତ୍ତିକର ପଞ୍ଚୁକ ବ୍ରତର ପ୍ରଥମ ଦିନ ।  ଶ୍ରଦ୍ଧାଳୁ ମାନଙ୍କୁ ମନ୍ଦିର ବା ଠାକୁରଙ୍କୁ ଦର୍ଶନ କରିବା ଉପରେ ଜିଲ୍ଲା ପ୍ରଶାସନ ରୋକ ଲାଗାଇଛି ।  କାତ୍ତିକ ମାସ ଶୁକ୍ଳ ବଡ ଏକାଦଶୀ ତିଥିରେ ପ୍ରଭୁ ସାକ୍ଷୀଗୋପୀନାଥ  ଲକ୍ଷ୍ମୀନାରାୟଣ ବେଶରେ  ଦର୍ଶନ ଦେଇଛନ୍ତି ।  ମାତ୍ର ଶ୍ରଦ୍ଧାଳୁ ମାନଙ୍କୁ ମନ୍ଦିର ମନା । ମନ୍ଦିର ନ ଆସିବା ପାଇଁ  ସ୍ଥାନୀୟ ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଚାର ପ୍ରସାର କରାଯାଇଛି ।  କୋଭିଡ-୧୯ ଆଇନ ଅନୁଯାୟୀ ମନ୍ଦିର ନିକଟରେ ୧୪୪ ଜାରି କରାଯାଇଛି ।  ସୋମବାର ଠାରୁ ପଞ୍ଚୁକ ବ୍ରତ ଆରମ୍ଭ ହୋଇଯାଇଛି । ଯେଉଁ ମାନେ କାତ୍ତିକ ବ୍ରତ କରି ପାରୁନାହାନ୍ତି ସେମାନେ ଏହି ପାଞ୍ଚଦିନ ବ୍ରତ କଲେ ସମାନ ଫଳ ମିଳିଥାଏ ବୋଲି କାତ୍ତିକ ପୁରାଣରେ ବର୍ଣ୍ଣିତ ରହିଛି  । ଏଥିଯୋଗୁ ଅଧିକାଂଶ ଲୋକମାନେ ଏହି ପଞ୍ଚୁକ ପାଞ୍ଚଦିନ କାତ୍ତିକ ବ୍ରତ କରିଥାନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୧୧/୨୦୨୧---୫,୫୦ 

 Sakhigopal News , 14/11/2021

Blog Archive

Popular Posts