ତେଲିଟିକରା ଠାରେ ଦୀର୍ଘ ଦିନ ଧରି ନୂତନ ନଳକୂପ ଅଚଳ
ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ଅରଯୁଂଡା ପଞ୍ଚାୟତ ର ତେଲିଟିକରା ଠାରେ ଦୀର୍ଘ ଦିନ ଧରି ନୂତନ ନଳକୂପ ଅଚଳାବସ୍ଥା ରେ ପଡିରହିଛି। ଏହାର ଚାନ୍ଦନୀ ମଧ୍ୟ ତିଆରି ହୋଇପାରିନାହିଁ। ଅଭିଯୋଗ କଲେ ମଧ୍ୟ ବ୍ଳକ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଫଳରେ ପିଇବା ପାଣି ଟିକକ ପାଇଁ ଗ୍ରାମବାସୀ ନାନାପ୍ରକାରର ଅସୁବିଧା ସମୁଖୀନ ହେବାକୁପଡୁଛି । ସରକାରଙ୍କ ତରଫରୁ ପିଇବା ପାଣି ପାଇଁ ଅନେକ ସୁବିଧା କରିଆସୁଛନ୍ତି । ହେଲେ ଗ୍ରାମବାସୀ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ବିଭାଗୀୟ ଉଚ୍ଚ ଅଧିକାରୀ ଦୃଷ୍ଟି ଦେଇ ଅଚଳ ହୋଇପଡିଥିବା ନଳକୂପ ସଜାଡ଼ି ବାକୁ ଗ୍ରାମବାସୀ ଦାବୀ କରୁଛନ୍ତି ।
The new tube well at Telitikara has been out of order for a long time
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ,୨/୧୧/୨୦୨୧----୧୦,୫୫
Sakhigopal News,2/11/2021