
ବରଗଡ--- ସୋମବାର ଦିନ ଭେଡ଼େନ ବ୍ଲକ ର ରେମଣ୍ଡା ପଂଚାୟତ ରଡୁଙ୍ଗୁରୀ ପାଲି ଫୁଟବଲ ପଡ଼ିଆ ଠାରେ ସ୍ୱର୍ଗତ ନିତିନ ସରାଫଙ୍କ ସ୍ମୃତିରେ ନବନିର୍ମିତନିତିନ୍ ମଣ୍ଡପ ଲୋକାର୍ପିତ ହୋଇଯାଇଅଛି । ସ୍ୱର୍ଗତ ନିତିନଙ୍କ ପିତା ଶ୍ରୀ ରାଜକୁମାରସରାଫଙ୍କ ଦ୍ୱାରା ନିର୍ମିତ ଏହି ମଣ୍ଡପକୁ ସମସ୍ତ ଗ୍ରାମବାସୀଙ୍କର ଉପସ୍ଥିତିରେ ରାଜକୁମାରସରାଫ ଉଦଘାଟନ କରିଥିଲେ । ଏହି ଅବସରରେ ପ୍ରଥମ ନିତିନ ମେମୋରିଏଲ୍ ଏକ-ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା । ଆଠଟି ଦଳ କୁ ନେଇଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ପୁଟ୍ପୁଟ୍ ପାଲି ଦଳ ତୋରା ଦଳକୁ ଫାଇନାଲ ରେପରାସ୍ତ କରି ଚାମ୍ପିଆନ ହୋଇଥିଲା । ଫାଇନାଲ ଖେଳରେ ମୁଖ୍ୟ ଅତିଥି ଭାବରେଭେଡ଼େନ ବ୍ଲକ ଅଧ୍ୟକ୍ଷା ଶ୍ରୀ ଡୋଳାମଣି କ୍ଷେତି , ସମ୍ମାନିତ ଅତିଥି ଭାବରେସମ୍ବଲପୁରି ୟୁଟୁବ୍ କମେଡି କିଙ୍ଗ ସୁବ୍ରତ ସାହୁ, ଭେଡ଼େନ ବ୍ଲକ ଯାଦବ ସମାଜରସଭାପତି ନରେନ୍ଦ୍ର ବାଗ,ଯୁବ ନେତା ମୋହନ ଦୋରା,ପୂର୍ବତନ ଖେଳାଳୀ ଏକାଦସିଆହଟେଇ,ଅର୍ଜୁନ ପ୍ରଧାନ, ଗ୍ରାମ୍ୟ କମିଟିର ସମ୍ପାଦକ ଶିବ ନାରାୟଣ ସାହୁ , ସଦସ୍ୟବୀରବର ବାଗ,ଜୟସିଂହ ବମଡ଼ିଆ,ସତ୍ୟ ନାରାୟଣ ସାହୁ ପ୍ରମୁଖ ଯୋଗଦାନକରିଥିଲେ । ମଦନ ବାଗଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସମସ୍ତଗ୍ରାମବାସୀ ମାନେ ସହଯୋଗ କରିଥିଲ । ଯୁଧିଷ୍ଠିର ବାଗ ସ୍କୋରର୍, ରାଧେଶ୍ୟାମ ଭୁଏଏବଂ ବଦ୍ରିନାରାୟଣ ଭୋଇ ଉଦଘୋଷକ ଭାବରେ ନିଜ ଦାୟିତ୍ୱ ବହନ କରିଥିଲେ ।ଅଲିଭା କ୍ରୀଡ଼ା ଓ ସାଂସ୍କୃତିକ ସଂଘର ସଭାପତି ରାଜେନ୍ଦ୍ର ବାଗ ମଂଚ ପରିଚାଳନା କରିଥିଲେ ।

The Nitin Mandap was inaugurated and a football tournament was held in memory of the late Nitin Saraf.
ବରଗଡରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିର୍ପୋଟ, ୩/୧୧/୨୦୨୧---୯,୩୦ Sakhigopal News, 3/11/2021