ପ୍ରଥମ ସ୍ତ୍ରୀ କୁ ହତ୍ୟା ଉଦ୍ୟମ ଅଭିଯୋଗ , ସ୍ବାମୀ ଗିରଫ
First wife charged with attempted murder, husband arrested
ଭଞ୍ଜନଗର--- ଦୁତୀୟ ସ୍ତ୍ରୀ ର ପ୍ରେମ ପାଖରେ ଫିକା ଲାଗିଲା ପ୍ରଥମ ସ୍ତ୍ରୀ । ଶେଷରେ ପ୍ରଥମ ସ୍ତ୍ରୀ କୁ ତଣ୍ଟି ଚିପି ମାରିବାକୁ ଉଦ୍ୟମ କଲା ପିଶାଚ ସ୍ବାମୀ । ବାଧ୍ୟ ହୋଇ ପ୍ରଥମ ସ୍ତ୍ରୀ ଥାନାରେ ଅଭିଯୋଗ କରିବା ପରେ , ସ୍ବାମୀକୁ ଗିରଫ କଲା ପୋଲିସ୍ । ଏଭଳି ଘଟଣା ଘଟିଛି ଗଂଜାମ ଜିଲ୍ଲା ତାରାସିଂ ଥାନା ଅଞ୍ଚଳରେ ।
ସୂଚନା ପ୍ରକାରେ , ତାରସିଂ ଥାନା ଅନ୍ତର୍ଗତ ତିରିଗୋଛା ଗ୍ରାମର ନୟନୀ ବାରିକକୁ ୨୦୧୧ ମସିହାରେ ବୈଦିକ ନିତି ଅନୁସାରେ ସେହି ଗ୍ରାମର ସନ୍ତୋଷ ବାରିକ ବିବାହ କରିଥିଲେ ।ସନ୍ତେଷ ଓ ନୟନୀଙ୍କ ମଧ୍ୟରେ ସୁଖଶାନ୍ତିରେ ଚଳିଆସୁଥିବା ବେଳେ ୧୦ବର୍ଷ ଭିତରେ ଉଭୟଙ୍କ ର ଦୁଇଟି ସନ୍ତାନ ଜନ୍ମଲାଭ କରିଛି। ସନ୍ତୋଷ ଜଣେ ଶ୍ରମିକ ଭାବେ ବାହାରେ କାମ କରି ଆସୁଥିଲେ। ଏହା ଭିତରେ ସନ୍ତୋଷ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଆଜ୍ଞାପ୍ରସାଦ ଗ୍ରାମର ମାଳତି ବାରିକକୁ ଭଲ ପାଇ ବିବାହ କରିଥିଲେ । ମାଳତିର ଏକ ଶିଶୁ କନ୍ୟା ଜନ୍ମଲାଭ କରିଥିଲା । ଏହି ଘଟଣା ପ୍ରଥମ ସ୍ବୀ ନୟନୀ ଜାଣିବା ପରେ ସ୍ବାମୀ ସନ୍ତୋଷ ଓ ପ୍ରଥମ ପତ୍ନୀ ନୟନିଙ୍କମଧ୍ୟରେ ଝଗଡା ଲାଗି ରହିଥିଲା । ସନ୍ତୋଷ ଗତ ଶୁକ୍ରବାର ରାତ୍ରରେ ତିରିଗୋଛା ଗ୍ରାମରେ ରହୁଥିବା ନୟନି ପାଖକୁ ଆସି ପାଟିତୁଣ୍ଡ ହୋଇଥିଲା । ନୟନୀକୁ ମାରିବା ପାଇଁ ଉଦ୍ୟାମ କରୁଥିବା ବେଳେ ନୟନି ଖସି ଆସି ତାରସିଂ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ତାରସିଂ ଥାନା କେସ ନଂ ୨୯୬/୨୧ରେ ମାମଲା ରୁଜୁ କରି ସ୍ବାମୀ ସନ୍ତୋଷକୁ ତାରସିଂ ଥାନା ପୋଲିସ ଗିରଫ କରି ଶନିବାର ଦିନ କୋର୍ଟ ଚାଲାଣ କରାଯାଇଥିବା ତାରସିଂ ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶଙ୍କ ଠାରୁ ସୁଚନା
ମିଳିଛି ।
First wife charged with attempted murder, husband arrested .
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୬/୧୧/୨୦୨୧------୧୦,୪୫ Sakhigopal News,6/11/2021