Breaking News

ଐତିହ୍ୟ ସୁଆଣ୍ଡୋ ଗ୍ରାମରେ ନିର୍ମାଣଧୀନ କାର୍ଯ୍ୟ ସମୀକ୍ଷା କଲେ ଅତିରିକ୍ତ ଜିଲ୍ଲାପାଳ =



ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ସ୍ଥିତ  ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମପୀଠ ସୁଆଣ୍ଡୋ ଗ୍ରାମକୁ ରାଜ୍ୟ ସରକାର ଐତିହ୍ୟ ଗ୍ରାମ ଭାବେ ଗ୍ରହଣ କରିଛନ୍ତି । ଗ୍ରହଣ କରିବା ସହ ଉକ୍ତ ଗ୍ରାମରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଆଗେଇ ଚାଲିଛି ।  ଏହି ନିର୍ମାଣଧୀନ କାମର କାର୍ଯ୍ୟ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ୍ତ କୁମାର ସାହୁ  ସମୀକ୍ଷା କରିଥିଲେ । ମିଉଜିୟମ, ପୁଷ୍କରଣୀର ପୁନରୁଦ୍ଧାର, ଗ୍ରାମର ଶିବ ମନ୍ଦିର ନିର୍ମାଣ ସ୍ଥଳକୁ ଯାଇ  କାମର ଅଗ୍ରଗତି  ସମ୍ପର୍କରେ ଓବିସିସିର ନିର୍ବାହୀ ଯନ୍ତ୍ରୀ ସୁନ୍ଦର ମାଧବ ପାଢ଼ୀଙ୍କ ସହିତ ଏଡିଏମ ଶ୍ରୀ ସାହୁ ଆଲେଚନା କରିଥିଲେ । ଆସନ୍ତା ୫ ତାରିଖରେ ଗୋପବନ୍ଧୁଙ୍କ ବାସଭବନକୁ ପରିବାର ସଦସ୍ୟ ଧୀରେନ୍ଦ୍ର ନାଥ ଦାସ, ରବୀନ୍ଦ ନାଥ ଦାଶ ଓ ମହେନ୍ଦ୍ର ନାଥ ଦାଶପ୍ରମୁଖ ଖାଲି କରି ପ୍ରଶାସନକୁ ହସ୍ତାନ୍ତର କରିବେ ବୋଲି ଏଡିଏମ ଶ୍ରୀ ସାହୁଙ୍କୁ  କହିଛନ୍ତି । ଦାସଙ୍କ କୁୂଳଦେବତା  ଶ୍ରୀ ରାଧା ବିନୋଦ ବିହାରୀଙ୍କ ମନ୍ଦିରରପଛ ପାଶ୍ୱର୍ ପାଚିରୀ ନିର୍ମାଣ ସାତ ଦିନ ମଧ୍ୟରେ ଶେଷ କରିବାକୁ ଓବିସିସିର= ନିର୍ବାହୀ ଯନ୍ତ୍ରୀଙ୍କୁ ଏଡିଏମ ନିର୍ଦ୍ଦେଶ ଦେଇଥିଲେ । ଐତିହ୍ୟ ଗ୍ରାମରେ ନିର୍ମାଣ ହେବାକୁ ଥିବା ମାର୍କେଟ କମ୍ପେସ୍କ ପାଇଁ ଜାଗା ଚିହ୍ନଟ କରି ତହସିଲଦାର ତଥା ବିଡିଓ କ୍ଷୀରୋଦ କୁମାର ବେହେରା,ଅତିରିକ୍ତ ତହସିଲଦାର ମୌସୁମୀ ମିଶ୍ରଙ୍କୁ କହିଥିଲେ । ଇଂ ପ୍ରମୋଦକୁମାର ନାୟକ, ଇଂ ଶୁଭମ ପାତ୍ରଙ୍କ ସହିତ ଗ୍ରାମର ରତିକାନ୍ତ ଦାଶ, ଶୁଭାଶିଷ ( ହାପି) ଦାଶ, ହେମନ୍ତ କୁମାର ଦାଶ ପ୍ରମୁଖ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ ।
The additional district commissioner reviewed the construction work in the historic Suando village 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୧୧/୨୦୨୧---୯,୩୫ 

 Sakhigopal News, 2/11/2021

Blog Archive

Popular Posts