ସାକ୍ଷୀଗୋପିନାଥଙ୍କ ଅଁଳାନବମୀ ଯାତ୍ରା ଓ ବଡ ଏକାଦଶୀରେ ୧୪୪ ଜାରି; ବିନା ଭକ୍ତରେ ହେବ ଯାତ୍ରା
Sakshigopinath's Alanbami Yatra and Bada Ekadashi 19 continue; There will be a journey without devotees
ସାକ୍ଷୀଗୋପାଳ-------= ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଦୁତୀୟ ବୈଷ୍ଠବ କ୍ଷେତ୍ର ଭାବେ ଜଣାଶୁଣା । କାତ୍ତିକମାସରେ ସାକ୍ଷୀଗୋପିନାଥଙ୍କର ଅଁଳାନବମୀ ପର୍ବ ପାଳିତ ହୋଇଥାଏ । ମା ରାଧା ଦେବୀ ବର୍ଷକୁ ଥରେ ଓଡିଆଣୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି । ଏହି ଦୁର୍ଲଭ ଦର୍ଶନ କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରରୁ ଭକ୍ତ ମାନେ ଆସିଥାନ୍ତି । ମାତ୍ର ରାଜ୍ୟରେ କରୋନା ଯୋଗୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଁଳାନବମୀ ଓ ବଡ ଏକାଦଶୀ ଦୁଇଦିନ ମନ୍ଦିର ନିକଟରେ ୧୪୪ ଜାରି କରାଯିବ ବୋଲି ବୈଠକରେ ଜଣାପଡିଛି । ବୈଠକରେ ସମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ତଥା ବିଧାୟକ ଉମାକାନ୍ତ ସମାନ୍ତରାୟ, ବିଡିଓ ତଥା ତହସିଲଦାର ଦାୟତ୍ୱରେ ଥିବା କ୍ଷୀରୋଦ କୁମାର ବେହେରା, ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ କୁମାର ପ୍ରଧାନ, ସୁପରଭାଇଜର ବିଶ୍ୱନାଥ ମହାପାତ୍ର, ମନ୍ଦିର ସେବାୟତ ସଂଘର ସଭାପତି ଶ୍ରୀବତ୍ସ ମହାପାତ୍ର, ସମ୍ପାଦକ ବିଜୟ କୁମାର ନନ୍ଦଙ୍କ ସହିତ ସେବାୟତ ସଂଘର ଅନ୍ୟ ସଦସ୍ୟ ମାନେ ଓ ମନ୍ଦିର କର୍ମାଚାରୀ ମାନେ ଉପସ୍ଥିତ ରହି ସେବାୟତ ଓ ମନ୍ଦିର ସମ୍ପର୍କେ ଆଲେଚନା କରାଯାଇଥିଲା ।
Sakshigopinath's Alanbami Yatra and Bada Ekadashi 19 continue; There will be a journey without devotees
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୧୧/୨୦୨୧----୧୦,୨୫
Sakhigopal News, 5/11/2021