ସରକାରଙ୍କ ବାଣ ବିକ୍ରି ନିୟମକୁ ଖୋଲାଖୋଲି ଉଲଂଘନ କଲେ ଜଟଣୀ ବାଣ ବେପାରୀ ; ବାଣ ଗୋଦାମରେ ତାଲା ପକାଇଲା ଜଟଣୀ ପୋଲିସ
ଜଟଣୀ ----ରାଜ୍ୟ ସରକାର ଆନନ୍ଦ ଓ ଆଲୋକର ପର୍ବ ଦୀପାବଳିରେ ସବୁଜ ବାଣକୁ ବିକ୍ରି ପାଇଁ ଅନୁମତି ଦେଲେ । ଏଥି ପାଇଁ ସିଏସଆଇଆର ଏବଂ ନେରୀର ନିୟମକୁ ମାନିବାକୁ ପଡିବ । କିନ୍ତୁ ରାସାୟନିକ ବାଣ ବିକ୍ରି ଉପରେ ସମ୍ପୂର୍ଣ୍ଣ କଟକଣା ରହିବ । ଏପରିକି ଲଙ୍କାବାଣ ମଧ୍ୟ ବିକ୍ରି କରାଯାଇ ପାରିବ ନାହିଁ । ବାଣ ବ୍ୟବସାୟୀ ମାନଙ୍କୁ ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିବ ସେପ୍ଟି ଅର୍ଗନାଇଜେସନ (ପେସୁ )ସେମାନଙ୍କର ବାଣଷ୍ଟକ ଯାଞ୍ଚ ପରେ ଆବଶ୍ୟକ ସାର୍ଟିଫିକେଟ ପ୍ରଦାନ କରାଯିବ । ସାର୍ଟିଫିକେଟ ପାଇବା ପରେ ଏହାକୁ ପୁଲିସ କିମ୍ବା ଜିଲ୍ଲା ପ୍ରଶାସନ ନିକଟରେ ଦାଖଲ କରି ବାଣ ବିକ୍ରି କରିପାରିବେ । କିନ୍ତୁ ସରକାରଙ୍କ ଏହି ନିୟମକୁ ସମ୍ପୂର୍ଣ୍ଣ ଉଲଂଘନ କରିଛନ୍ତି ଜଟଣୀର ବଡ ବଡ ବାଣ ବେପାରୀ । ଏମାନେ ସବୁଜ ବାଣ ବିକ୍ରି ନାଁରେ ଅନେକ ରାସାୟନିକ ବାଣ ବିକ୍ରି କରିଥିଲେ । ବିଶେଷ ସୂତ୍ରରୁ ଖବର ପାଇ ଆଜି ସନ୍ଧ୍ୟାରେ ଜଟଣୀ ଥାନା ଆଇଆଇସି ବିଶ୍ୱରଂଜନ ସାହୁ ଏବଂ ସବ ଇନ୍ସପେକ୍ଟର ପ୍ରକାଶ ଜେନା ସମେତ ସଦଳବଳ ଅତର୍କିତ ଚଢ଼ାଉ କରି ଜଟଣୀ ନିକଟସ୍ଥ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଗୋଡ଼ିପୁଟ ମାଟିଆପଡା ମୌଜା ଅନ୍ତର୍ଗତ ପାତ୍ରପଡା ଜଗନ୍ନାଥ ପୁର ଅଞ୍ଚଳର ତିନୋଟି ବାଣ ଗୋଦାମକୁ ସିଲ କରିଛନ୍ତି । ପ୍ରତ୍ୟକ ବାଣ ବେପାରୀ ଜଟଣୀର ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ବାଣ ଗୋଦାମ ସ୍ଥାପନ କରିଛନ୍ତି । ଏମାନଙ୍କୁ ସେପରି ସ୍ଥାନରେ ବାଣ ଗୋଦାମ କରିବାକୁ ସ୍ଥାନୀୟ ପ୍ରଶାସନ କିପରି ଅନୁମତି ଦେଇଛନ୍ତି ଏହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜଟଣୀ ନିକଟସ୍ଥ ପାତ୍ରପଡା ଜଗନ୍ନାଥ ପୁର, ମାନପୁର,ମଦନମୋହନ କୃଷ୍ଣ ମନ୍ଦିର, ଜଗନ୍ନାଥ ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସରକାରଙ୍କ ଅନ୍ଧ ମୁକ ବଧିର ବିଦ୍ୟାଳୟ ଏବଂ ଜନବସତି ଥିବାବେଳେ ସେଠାରେ ଲଳିତ ଭଣ୍ଡାର ବାଣ ଗୋଦାମ ଖୋଲିବା ପାଇଁ ଅନୁମତି ମିଳିଲା କିପରି । ସେହିପରି ବିଶ୍ୱସ୍ତରୀୟ ଆଇଆଇଟି କ୍ୟାମ୍ପସର ପାଚେରୀକୁ ଲାଗି ୫ ଏକର ପରିମିତ ଜାଗାରେ ମନୋଜ ସିଜିନ ସେଣ୍ଟର ବାଣ ଗୋଦାମ ଖୋଲିବାକୁ ଅନୁମତି ମିଳିଲା କିପରି । ତଥା ଜଟଣୀରେ ଖୋଲିଥିବା ଅନେକ ସିଜିନ ସେଣ୍ଟର ସେମାନଙ୍କର ସେମାନଙ୍କ କାଗଜ ପତ୍ର ଠିକନଥିବା ଏବଂ ଯିଏସଟି, ଇନକମ ଟ୍ୟାକ୍ସ ଠିକ ରୂପେ ପୈଠ କରୁନଥିବାର ସାଧାରଣରେ ଚର୍ଚ୍ଚା ହେଉଛି । ପ୍ରଶାସନ ଏହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରି ଦୋଷୀ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।
Jatani arrow dealer openly violates government arrow sales rules; Jatani police locked the warehouse.
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨/୧୧/୨୦୨୧----୧୦,୪୦
Sakhigopal News2/11/2021