Breaking News

ଜଟଣୀରେ ‘ଅଲ୍-ସୋଲ୍ ଡେ’




ଜଟଣୀ,--- ଜଟଣୀର ଖ୍ରୀଷ୍ଟ ଧର୍ମାମ୍ବଲମ୍ବୀମାନଙ୍କ ପକ୍ଷରୁ ସୋମବାର ସନ୍ଧ୍ୟାରେ ସ୍ଥାନୀୟ ବ୍ଲରୀୟାଲ ପରିସରରେ ପୂର୍ବଜଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଅଲ ସୋଲ-ଡେ’ ପାଳନ କରାଯାଇଛି । ଚଳିତବର୍ଷ ମହାମାରୀ କରୋନା ସଂକ୍ରମଣ ଯୋଗୁଁ ବିଦେଶରୁ ମୃତକଙ୍କ ସମ୍ପର୍କୀୟମାନେ ଜଟଣୀରେ ପହଞ୍ଚିପାରିନଥିଲେ । ପ୍ରତ୍ୟେକ ବର୍ଷ ଯୁକ୍ତରାଷ୍ଟ୍ର ଆମେରିକା, ସ୍ବିଡେନ, ଲଣ୍ଡନ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ମଙ୍ଗୋଲିଆ ପ୍ରଭୁତି ଇଂରେଜ ଅତିଥିମାନେ ସେମାନଙ୍କ ପୂର୍ବଜମାନଙ୍କ ସମାଧି ନିକଟରେ ମହମବତି ଜାଳି ପୁଲତୋଡ଼ା ସମର୍ପଣ କରି ଅଲ୍ ସୋଲ୍ ଡେ ପାଳିଥାନ୍ତି । ଏଠାରେ ଏହି ଦିବସ ସୁଚାରୁରୂପେ ପାଳିତ ହୋଇଥାଏ ବୋଲି ଅତିଥିମାନେ କହିଥାନ୍ତି । ହେଲେ ଚଳିତ ବର୍ଷ ଅତିଥିମାନେ କୋଭି କଟକଣା ଯୋଗୁଁ ଆସିପାରି ନାହାନ୍ତି ବୋଲି ଜଟଣୀର ସମ୍ପର୍କୀୟମାନେ ସୂଚନା ଦେଇଛନ୍ତି ।
Al-Sol Day in Jatani.

ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨/୧୧/୨୦୨୧---୧୦,୪୫  
 Sakhigopal News,2/11/2021

Blog Archive

Popular Posts