ଚନ୍ଦନପୁର ବାଞ୍ଚ କେନାଲ କାମରେ ବାଧକ ସାଜିଛି ଅର୍ଥ ;
ସାକ୍ଷୀଗୋପାଳ --- ନିର୍ବାଚନକୁ ଆଖି ଅଗାରେ ରଖି ବିଭିନ୍ନ ଯାଗରେ ବିଧାୟକ ମାନେ ଶିଳାନ୍ୟାସ କରିଯାଇଛନ୍ତି । ମାତ୍ର ସେଥିପାଇଁ ଅର୍ଥ ଅଛିକି ନାହିଁ ତାହା ଜଣାନାହିଁ । ଏବେ ଜଣେ ଠିକାଦାର ବିଧାୟକ ଓ ବିଭାଗୀୟ ଅଧିକାରୀଙ୍କ କଥାରେ କାମ ଆରମ୍ଭ କରି ଦେଇ ହରଡ ଘଣାରେ ପଡିଛନ୍ତି । ଅନ୍ୟ ପକ୍ଷେ କାମ କିଛି କରିଦେବା ପରେ ଉକ୍ତ କାମ କରିବା ପରେ ବିଲ କରିବା ପାଇଁ ଅଧିକାରୀଙ୍କୁ କହିବାରୁ ଉକ୍ତ କାମ ପାଇଁ ଅର୍ଥ ନାହିଁ ବୋଲି ବିଭାଗୀୟ ଅଧିକାରୀ ମାନେ ମନା କରିଦେଇଛନ୍ତି । ଯାହା ଫଳରେକି ଠିକାଦାର କ’ଣ କରିବେ ଚିନ୍ତାରେ ପଡିଛନ୍ତି । ଯେଉଁକାମ ୪ ମାସ ମଧ୍ୟରେ ସାରିବା ପାଇଁ ଶିଳାନ୍ୟାସ ଦିନ ଘୋଷଣା କରାଯାଇଥିଲା । ତାହା ଏବେ ଅର୍ଥ ଅଭାବରୁ ଅଟକି ରହିଛି । ଏହା ହୋଉଛି ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକର ଚନ୍ଦନପୁର ବାଞ୍ଚ କେନାଲ । ସୁଚନାଯୋଗ୍ୟଯେ ନିମାପଡା ଜଳ ସମ୍ପଦ ବିଭାଗ ଅଧିନରେ ରହିଥିବା ଚନ୍ଦନପୁର ବାଞ୍ଚ କେନାଲର ବାମ ପାଶ୍ୱର୍ ବନ୍ଧ ଉନ୍ନତି କରଣ କାମ ଏବେ ଅର୍ଥ ଅଭାବରୁ ବନ୍ଦହେବାକୁ ବସିଲାଣି । ସୁଚନା ଯୋଗ୍ୟ ଯେ ବଳଙ୍ଗା ଠାରୁ ଗବକୁଣ୍ଡ ଦେଇ ଜମାରସୁଆଁ ପର୍ଯ୍ୟନ୍ତ ଏହି କେନାଲଟି ରହିଛି । ଏହି କେନାଲ ବନ୍ଧ ଉପରେ ପ୍ରାୟ ୨୦ ଟି ଗ୍ରାମର ୪୦ ହଜାର ଲୋକ ନିର୍ଭର କରିଥାନ୍ତି । ଗୋପବନ୍ଧୁଙ୍କ ଜନ୍ମପୀଠ ସୁଆଣ୍ଡୋ ଗ୍ରାମକୁ ଏହା ମୁଖ୍ୟ ରାସ୍ତା ଭାବେ ପରିଗଣିତ ହୋଇ ଆସୁଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜଳସେଚନ ବିଭାଗ ଅଧିନରେ ଥିବା ଉକ୍ତ କେନାଲ ରାସ୍ତାକୁ ୧୫-୧୧-୧୮ ତାରିଖରେ ପୂର୍ବତନ କୃଷି ଓ ପାନୀୟ ଜଳ ଯୋଗାଣ ବିଭାଗ ମନ୍ତ୍ରୀ ପ୍ରଦୀପ ମହାରଥୀ . ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ଜଳସମ୍ପଦ ବିଭାଗର ନିର୍ବାହୀ ଯନ୍ତୀ ଉପସ୍ଥିତ ରହି ଶିଳାନ୍ୟାସ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ୧କୋଟି ୮୫ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି, ୪ ମାସ ମଧ୍ୟରେ କେନାଲ ବନ୍ଧ ରାସ୍ତା କାମ ସରିବ ବୋଲି ଉପସ୍ଥିତ ଲୋକ ମାନଙ୍କ ଆଗରେ ଘୋଷଣା କରାଯାଇଥିଲା । ପରେ ପରେ ଠିକାଦାର ଯୋରସୋର କାମ ଆରମ୍ଭ କରିଥିଲେ । ମାତ୍ର କିଛି କାମ କରିବା ପରେ ଠିକାଦାର ପଇସା ନ ମିଳିବାରୁ କାମ ମନ୍ଥର ଗତିରେ କରୁଥିବା ଜଣାପଡିଛି । ଯାହାକି ଉକ୍ତ କେନାଲ ବନ୍ଧ ଉପରେ ଗୋଡି, ବାଲି ମିକ୍ଶ୍ଚର ମେସିନ, କଠପଟା ଆଦି ଜିନିଷ ଗଦାଇଛି । ଦୁଇ ମାସ ହୋଇଗଲା କେନାଲ ରାସ୍ତା ସମ୍ପର୍ଣ୍ଣ ବନ୍ଦ ହୋଇପଡିଛି । ଲୋକମାନେ ଯାତାୟତରେ ଘୋର ବ୍ୟାଘତ ସୃଷ୍ଟି ହେଉଛି ବୋଲି ଅଭିଯୋଗ ମାନ ହୋଉଛି । ବିଦ୍ୟାଧରପୁର, ଗୁଆଳି ଗୋରଡା, ଖଡିଖୁଦା, ଗେଣ୍ଡାମାଳି, ବଳରାମପୁରଗଡ, ମାଳସାହି, ମାଧିପୁର, ବୁଢ଼ାକେରା ଆଦି ଗ୍ରାମବାସୀ ମାନେ ରାସ୍ତା କାମକୂ ନେଇ ଏବେ ଆନ୍ଦୋଳନ ପାଇଁ ସଜବାଜ ହୋଉଥିବା ଜଣାପଡିଛି । ରାସ୍ତା କାମ ଏବେ ଦିନେ ହେଲେ ଚାରିଦିନ ବନ୍ଧ ରହୁଛି । ଯାହାକି କାମ ସରିବାକୁ ପ୍ରାୟ ଏକବର୍ଷ ଲାଗିଯିବ ବୋଲି ଲୋକମାନେ ଆଲେଚନା କରୁଛନ୍ତି । ଏ ସମ୍ପର୍କରେ ବଳଙ୍ଗା ଉପଖଣ୍ଡ ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତୀ ବିରଞ୍ଚି କୁମାର ସେନାପତିଙ୍କୁ ପଚାରିବାରୁ ସେ କହନ୍ତି ଟ୍ଣେ୍ଡର ହୋଇଛି ସତ ମାତ୍ର ଏହି କାମ ପାଇଁ ଆଜି ପର୍ଯ୍ୟନ୍ତ ଟଙ୍କାଟିଏ ମିଳିନାହିଁ । ଠିକାଦାର କିଛି ବାଟ କାମ କରିଛି, ମାତ୍ର ସେ ଅର୍ଥ ନ ପାଇବାରୁ କାମରେ ଅଗ୍ରଗତି କରିପାରୁନାହିଁ ବୋଲି ଶ୍ରୀ ସେନାପତି କହନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି