ବିଜେପିର ସଂକଳ୍ପ ସମାବେଶ
ଡେଲାଙ୍ଗ ------- ଡେଲାଙ୍ଗ ହାଟ ବଜାର ନିକଟରୁ ଏକ ମଟର ସାଇକେଲ ଶୋଭାଯାତ୍ରା ବାହାରି ସାତଶଙ୍ଖ ସ୍ଥିତ ମେଳନ ପଡିଆରେ ଅନୁଷ୍ଠିତ ସଂକଳ୍ପ ସମାବେଶ ସ୍ଥଳରେ ପହଞ୍ଚିଥିଲା । ଏହି ମଟର ସାଇକେଲ ଶୋଭାଯାତ୍ରାର ନେତ୍ୱତୃ ନେଇଥିବଲେ ପିପିଲି - ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ବିଜେପିର ଯୁବ ନେତା ଆଶ୍ରିତ ପଟ୍ଟନାୟକ । ଏହି ଶୋଭାଯାତ୍ରା ବେରବୋଇ ଛକ ଦେଇ ଡେଲାଙ୍ଗ ଷ୍ଠେସନ ବଜାର, ଖେଲଉର, ଅରିସଲ, ବାଜପୋଇଛକ ଦେଇ ପିପିଲି ଜଟଣି ଛକ ଦେଇ ଦାଣ୍ଡମଙ୍ଗଳପୁର, ମଙ୍ଗଳପୁର , ତେଇଶିପୁର ଦେଇ ସାତଶଙ୍ଖ ମେଳନ ପଡିଆ ଠାରେ ପହଞ୍ଚିଥିଲା । ଅନୁଷ୍ଠିତ ସଭାରେ ପୁରୀ ଜିଲ୍ଲା ଉପସଭାପତି ଜନ୍ମଜେୟ ଜେନା ଅଧୟକ୍ଷତା କରିଥିବା ବେଳେ ରାଜ୍ୟ କିଶାନ ମୋର୍ଚ୍ଚାର ଉପସଭାପତି ଶ୍ରୀରଂଜନ ମଙ୍ଗରାଜ, ଯୁବନେତା ଆଶ୍ରିତ ପଟ୍ଟନାୟକ ,ଡ. ନବ କିଶୋର ରାଉତ, ପୁରୀ ଜିଲ୍ଲା ବିଜେପି ସଭାପତି ପ୍ରଭଞ୍ଜନ ମହାପାତ୍ର, ଜିଲ୍ଲା ଯୁବ ମୋର୍ଚ୍ଚାସଭାପତି ଜୟନ୍ତ ଦାସ, କିଶାନ ମୋର୍ଚ୍ଚାର ସଭାପତି ଅଜୟ ପ୍ରଧାନ, ମହିଳା ମୋର୍ଚ୍ଚାର ସମ୍ପାଦିକା ସତରୂପା ମିଶ୍ର ସରପଞ୍ଚ ଜ୍ୟେତିମୟି ମହାପାତ୍ର, ସମିତିସଭ୍ୟ ପ୍ରଣତି ପାଢ଼ୀଙ୍କ ସହ ଉମାକାନ୍ତ ଦାସ, କୃତିବାସ ମହାପାତ୍ରଙ୍କ ସହ ପିପିଲି ଓ ଡେଲାଙ୍ଗର ସମସ୍ତ ମଣ୍ଡଳ ସଭାପତି ପ୍ରମୁଖ ଉପସ୍ଥିତ ରହିଥିଲେ । ସଭା ଆରମ୍ଭରୁ ଶହିଦ ଯବାନଙ୍କ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ବିଜେଡି ଓ କଂଗ୍ରେସ ଏକ ମୁଦ୍ରାର ଉଭୟ ପାଶ୍ୱର୍ ବୋଲି ମତ ପ୍ରକାଶ କରିଥିଲେ । ଦୁଇ ଦଳ ମିଳିମିଶି ରାଜ୍ୟକୁ ଲୁଟ କରି ଚାଳିଛନ୍ତି । ସବୁକ୍ଷେତ୍ରରେ ପିସି ନେଇ ରାଜ୍ୟକୁ ବହୁ ପଛକୁ ଠେଲି ଦେଇଛନ୍ତି ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ଆଗାମୀ ୨୦୧୯ରେ ଅନୁଷ୍ଠିତ ନିର୍ବାଚନରେ ବିଜେପି ସରକାର ଗଡିବ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ଯେଉଁପରି ଭାବରେ ଆତଙ୍କବାଦୀ ଉପରେ ଆକ୍ରମଣ କରାଗଲା ତାହାକୁ ବିଭିନ୍ନ ଦେଶ ସ୍ୱାଗତ କରିଥିଲେ । ସେହିପରି ବାୟୁ ସେନାର ପାଇଲଟ ଅଭିନନ୍ଦନକୁ ବିନା ସର୍ତ୍ତରେ ପାକିସ୍ତାନ ଛାଡିଥିଲେ ଯାହାକି ପ୍ରାଧନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଗାମୀ ଦିନରେ ଭାରତର ପ୍ରଧାନ ମନ୍ତ୍ରୀ ହେବା ପାଇଁ ଆମର ସହଯୋଗ ଦରକାର ବୋଲି ଅତିଥି ମାନେ କହିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି