Breaking News

ସତ୍ୟବାଦୀ ବ୍ଳକ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ଅବସରରେ କବାଡି ଖେଳ ଅନୁଷ୍ଠିତ

 
ସାକ୍ଷୀଗୋପାଳ--- ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳ ସ୍ତରୀୟ ବିଦ୍ୟାଳୟ ସମୂହ କବାଡି ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ସତ୍ୟବାଦୀ ମଣ୍ଡଳ କ୍ରୀଡା ସଂଗଠନର ସଭାପତି ତଥା ମଣ୍ଡଳ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ପାଢ଼ୀଙ୍କ ତତ୍ବାବଧାନରେ ସତ୍ୟବାଦୀ ମଣ୍ଡଳ ସ୍ତରୀୟ କ୍ରୀଡା ସଂଗଠନର ଉପ ସଭାପତି ତଥା ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷ୍‌କ ଅମିତା ସେନାପତିଙ୍କ ସହିତ ବିଦ୍ଯାଳୟ ପରିଚାଳନା କମିଟି ର ସଭାପତି ଚକ୍ରଧର ମହାରଣା ଓ ମଠସାହି ଉଚ୍ଚ  ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ସୁବୁଦ୍ଧି  କବାଡି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପ୍ରଥମେ ଜଗନ୍ନାଥଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଧୂପ ଦୀପ ଦେଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ହୋଇ ଖେଳିବା ସହ ବ୍ଳକର ନାମ ରଖିବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ । ଉଦଘାଟନ ସଭାରେ ଶାରୀରିକ କ୍ରୀଡା ଶିକ୍ଷକ ଦାମଦର ମିଶ୍ର ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । 
ସେହିପରି ଶାରୀରିକ କ୍ରୀଡା ଶିକ୍ଷକ ଶିକ୍ଷୟତ୍ରୀ ଦାମଦର ମିଶ୍ର, ଲିଙ୍ଗରାଜ ସାହୁ, ମୌସୁମି ଦାଶ, ସଂଗ୍ରାମ କେଶରୀ ମହାନ୍ତି , ସନ୍ଦୀପ ତ୍ରିପାଠୀ, ପୁଷ୍ପାଞ୍ଜଳି ଜେନା, ଜୟଶ୍ରୀ ପଣ୍ଡା, ଅମ୍ବିକା ମଲିକ, ବିପିନି ପ୍ରଧାନ, ଅରଜିତି ପ୍ରସାଦ ଗିରି, ପିୟଙ୍କା ଭୋଇ, ସୁରେଶ ସ୍ୱାଇଁ, ଲକ୍ଷ୍ମୀପିୟା ମାନସିଂ,  ସୁଧିରି କୁମାର ସାହୁ,ବିଭୂତି ଭୂଷଣ ପ୍ରଧାନ ପ୍ରସନ୍ନୁ ମହାନ୍ତି ପ୍ରମୁଖ ଖେଳ ପରିଚାଳନା ସହିତ ଜିଲ୍ଲା ସ୍ତରକୁ ପିଲା ଚୟପ କରିଥିଲେ । ସତ୍ୟବାଦୀ ବ୍ଳକର ୨୮ ଗୋଟି ବିଦ୍ୟାଳୟରୁ ୩ଶହ  ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଛନ୍ତ୍‌ି । ସେମାନଙ୍କ ମଧ୍ୟରୁ ୧୪ ବର୍ଷରୁ କମ ବାଳକ୧୨ ଓ ବାଳିକା ୧୨ ସେହିପରି ୧୭ ବର୍ଷରୁ କମ ବାଳକ ୧୨ ଓ ବାଳିକା ୧୨ ଜଣ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ସ୍ତରରେ ଖେଳିବାକୁ ବଛା ଯାଇଥିବା ନେଇ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଶାରୀରିକ କ୍ରୀଡା ଶିକ୍ଷକ ତଥା ମଣ୍ଡଳ କ୍ରୀଡା ସଂଗଠନର ସମ୍ପାଦକ ସୁଚିତ୍ର ଖଟୋଇଙ୍କ ଠାରୁ ସୁଚନା ମଳିଛି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୬/୧୦/୨୦୨୫----୨,୧୦ Sakhigopal News,16/10/2025

Blog Archive

Popular Posts