ବାଲିଅନ୍ତା --- ରାଜ୍ୟରେ ସାଧାରଣ ନିର୍ବାଚ ଯେତେକି ପାଖେଇ ଆସିଛି ବିଜେଡିରେ ସେତିକି ବିଦ୍ରୋହଙ୍କ ସଂଖ୍ୟା ବଡିବାରେ ଲାଗିଛି । ୩ ତାରିଖ ଦିନ ବାଲିଅନ୍ତା ଠାରେ ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ କୁଶ ପୁତ୍ତଳିକା ତାଙ୍କର କର୍ମୀ ମାନଙ୍କ ସହ ବିରୋଧୀ ଦଳର ଜନ ପ୍ରତିନିଧି ମାନେ ମିଳିତ ହୋଇ ଶବଦାହ କରିଥିବା ଜଣାପଡିଛି । ସୁଚନା ଯୋଗ୍ୟ ଯେ ବାଲିଅନ୍ତା ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଅଗ୍ନିଶମ ବିଭାଗର ନୂତନ ଗୃହ ଉଦ୍ଘାଟନ କରାଯାଇଛି । ମାତ୍ର ଉଦ୍ଘାଟନ ଫଳକରେ ଜନ ପ୍ରତିନିଧି ମାନଙ୍କ ନାମ ନାହିଁ । ଏହାକୁ ବିରୋଧ କରି ଜନପ୍ରତିନିଧି ମାନେ ସେଠାରେ ଏକଜୁଟ ହୋଇ ଫଳକରେ କଳା ବୋଳିବା ସହ ଶଶି ବେହେରା ମୁର୍ଦାବାଦ କହୁଥିବା ବେଳେ ନବୀନ ପଟ୍ଟନାୟକ ଜିନ୍ଦାବାଦ କହୁଥିବା ର ଦେଖାଯାଇଥିଲା ।
ବାଲିପାଟଣାରୁ ଶ୍ରୀ ସାମନ୍ତରାୟ