ଦଶଜଣ ଆଶା କର୍ମୀ ସମ୍ମାନିତ ହେଲେ
ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆଶା ଜେ.କେ. ଏସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପର୍ଶୁରାମ ଚୌଧୁରୀ , ବିଡିଓ ଶିବାନନ୍ଦ ସ୍ୱାଇଁ, ସହକାରୀ ଯନ୍ତ୍ରୀ ଭାଷ୍କର ପ୍ରସାଦ ଶତପଥୀ, ଡିପିଏମ ନାରାୟଣ ରାଓ, ଭାରପ୍ରାପ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଣି ଡ. ବାସନ୍ତି ଦେବୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଯେଉଁଦିନ ଠାରୁ ରାଜ୍ୟ ସକରାର ଆଶା ମାନଙ୍କୁ ନିଯୁକ୍ତି କରିଛନ୍ତି ସେହି ଦିନ ଠାରୁ ରାଜ୍ୟରେ ମା, ଶିଶୁ ମୃତ୍ୟୁ ସଂଖ୍ୟା କମିଛି ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ଏହି ଅବସରରେ ବିଭିନ୍ନ କାର୍ଯ୍ୟ ଯୋଗୁ ୧୦ ଜଣ ଆଶା କର୍ମୀଙ୍କୁ ଅତିଥି ମାନେ ସମ୍ମାନୀତ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି