Breaking News

ବିଜୁ ଯୁବ ବାହିନୀଙ୍କୁ ମିଳିଲା ଜିଓ ମୋବାଇଲି

ସାକ୍ଷୀଗୋପାଳ----ସତ୍ୟବାଦୀ ବ୍ଳକରେ ବିଜୁ ଯୁବ ବାହିନୀର ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କୁ ରାଜ୍ୟ ସରକାର ମୋବାଇଲି ପ୍ରଦାନ କରିଥିବା ଜଣାପଡିଛି  । ସେମାନଙ୍କର  କାର୍ଯ୍ୟ କାରିତାକୁ ନେଇ ରାଜ୍ୟ ସରକାର ଖୁସି ହୋଇ ଆଗାମୀ ଦିନରେ ଗ୍ରାମଞ୍ଚଳରେ  ମିଳିଥିବା  ମୋବାଇଲିରେ ସମସ୍ତ ତଥ୍ୟ ରାଜ୍ୟ ସରକାରଙ୍କୁ ବା ଜିଲ୍ଲା ପ୍ରଶାସନକୁ ଦେବେ ବୋଲି ଜଣାପଡିଛି । ଏଥିପାଇଁ ନିଜସ୍ୱ ଆଧାରକାଡ ଦେଇ ବ୍ଳକରୁ ମୋବାଇଲି ପ୍ରଦାନ କରାଯାଉଛି ବୋଲି ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ବିଡିଓ ଶିବାନନ୍ଦ ସ୍ୱାଇଁ , ବିଧାୟକଙ୍କ ପ୍ରତିନିଧି ସୁନିଲ କୁମାର ପଣ୍ଡା, ବ୍ଳକ ଅଧ୍ୟକ୍ଷା  ଓ ବ୍ଳକ ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା ପ୍ରମୁଖ ଉପସ୍ଥିତି ରହିଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts