Breaking News

ଅଗ୍ନିଶମ ବିଭାଗ ପକ୍ଷରୁ ମକ୍ରଡିଲ ଶିବିର

ସାକ୍ଷୀଗୋପାଳ --- ସତ୍ୟବାଦୀ ଅଗ୍ନିଶମ ବିଭାଗ ତରଫରୁ ବିଦ୍ୟାଧରପୁର ଗ୍ରାମ ପଞ୍ଚାୟତର ବହୁମୂଖୀ ବାତ୍ୟା ଆଶ୍ରୟ ସ୍ଥଳ ନିକଟରେ ମକ୍ରଡିଲ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିଆଁ ଲାଗିବା ସମୟରେ ଲୋକମାନଙ୍କୁ କିପରି ସାହାର୍ଯ୍ୟ, ବନ୍ୟା, ବାତ୍ୟା ସମୟରେ ଲୋକଙ୍କୁ କିପରି  ଉଦ୍ଦାର କରି ସୁରକ୍ଷିତ ସ୍ଥାନକୁ  ଆଦି ବିସୟକୁ ନେଇ ବିଭାଗ ପକ୍ଷରୁ ଉପସ୍ଥିତ ଜନସାଧାରଣ ଓ ବିଜୁ ଯୁବ ବାହିନୀ, ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା  । ଅଗ୍ନିଶମ ବିଭାଗର ଅଧିକାରୀ ମନୋଜ ପାତ୍ର, ହାବିଲଦାର ରୋହିତ ନାୟକ, ଫାୟାରମ୍ୟାନ ସାଲୋରାମ ହାଲଦା, ଦିପକ କୁମାର ବେହେରା, ଜୀବନ କୁମାର ଜେନା, ପ୍ରମୁଖ ପ୍ରଶିକ୍ଷଣ ଦେଇଥିଲେ  । ଏଥିରେ ପ୍ରଶିକ୍ଷଣରେ ବିଜୁ ଯୁବ ବାହିନୀର ସଭାପତି କୃଷ୍ଣଚନ୍ଦ୍ର ବାରିକ, ସମ୍ପାଦକ ସୁକାନ୍ତ କୁମାର ସାହାଣି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ  । ସ୍ଥାନୀୟ ସରପଞ୍ଚ ରଶ୍ମିତା  ପ୍ରଧାନ ଓ ଗ୍ରାମବାସୀ ମାନେ  ଉପସ୍ଥିତ ରହିଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts