Breaking News

ହାତଗୁଞ୍ଜା ନ ଦେବାରୁ ସରକାରୀ ସାହାର୍ଯ୍ୟରୁ ମହିଳା ବଞ୍ଚିତ; ଆତ୍ମାହୁତି ଦେବା ପାଇଁ ନିସ୍ପତି

ସାକ୍ଷୀଗୋପାଳ---  ସତ୍ୟବାଦୀ ବ୍ଳକରେ ହାତଗୁଞ୍ଜା କିମ୍ବା ଦଳୀୟ ପତକା ନ ଧରିଲେ ସରକାରୀ ସାହାର୍ଯ୍ୟରୁ ବଞ୍ଚିତ କରାଯାଉଛି ବୋଲି ଅଭିଯୋଗ ହୋଇଛି । ଜଣେ ମହିଳା ତାଙ୍କ ସ୍ୱାମୀ ମରିଯିବା ପରେ ସରକାରୀ ସାହାର୍ଯ୍ୟ ପାଇଁ ଦୁଇ ବର୍ଷ ବ୍ଳକ ଦୌଡିବା ପରେ ସାହାର୍ଯ୍ୟ ନ ପାଇବାରୁ ଆତ୍ମାହୁତି ଦେବା ପାଇଁ ନିସ୍ପତି କରିଥିବା ଜଣାପଡିଛି  । ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବଳପୁର ଗ୍ରାମର ସୋନି ଗୋଚ୍ଛାୟତ ତାଙ୍କ ସ୍ୱାମୀ ସରୋଜ ଗୋଚ୍ଛାୟତ ମରିଯିବା ପରେ ସରକାରୀ ସାହାର୍ଯ୍ୟ ପାଇବା ପାଇଁ ସରକାରୀ ନିୟମ ଅନୁସାରେ ସମସ୍ତ କାଗଜ ପତ୍ର ବ୍ଳକ କାର୍ଯ୍ୟାଳୟରେ ଦାଖଲ କରିଥିଲେ  । ମାତ୍ର ବାବୁ ମାନେ ଆଜି ହୋଇଯିବ ଏ ମାସରେ ହେବ ବିଭିନ୍ନ କଥା କହି ଦୁଇବର୍ଷ ଗତ କରିବାକୁ ବସିଲାଣି । ଏହା ମଧ୍ୟରେ ୪ଜଣ ବିଡିଓଙ୍କ ବଦଳି ହୋଇ ଗଲାଣି ତଥାପି ସୋନିକୁ ସାହାର୍ଯ୍ୟ ମିଳିଲାନାହିଁ  । ମାତ୍ର ତାଙ୍କ ଗ୍ରାମରେ ପଛରେ ମରିଥିବା ପରିବାରଙ୍କୁ ସରକାରୀ ସାହାର୍ଯ୍ୟ ମିଳିଥିଲେ ମଧ୍ୟ ସୋନି ସେଥିରୁ ବଞ୍ଚିତ । ନ୍ୟାୟ ନ ପାଇବାରୁ  ବୁଧବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସୋନି ଆତ୍ମହୁତି ଦେବା ପାଇଁ ଶେଷରେ ନିସ୍ପତି କରିଥିବା ଲିଖିତ ଭାବରେ ଜଣାଇଛନ୍ତି । କୌଣସି ଅଘଟଣ ଘଟି ଯାଏ ସେଥିପାଇଁ ଜିଲ୍ଲା ପ୍ରଶାସନ ସମ୍ପର୍ଣ୍ଣ ଭାବରେ ଦାୟୀ ରହିବେ ବୋଲି ସେ କହିଛନ୍ତି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts