ଗୋପବନ୍ଧୁଙ୍କ ପତିମୂର୍ତ୍ତି ତଳେ ଦୀପଦାନ
ସାକ୍ଷୀଗୋପାଳ --- ସାକ୍ଷୀଗୋପିନାଥଙ୍କ ମନ୍ଦିର ସମ୍ବୁଖରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ତଳେ ପିତୃପୁରଷଙ୍କ ଉଦ୍ଧ୍ଯେଶରେ ଦୀପଦାନ କରାଯାଇଛି । ସେବାୟତ ସଂଘର ସଭାପତି ଲିଙ୍ଗରାଜ ମହାପାତ୍ର , ଗୋପବନ୍ଧୁ ସ୍ମ୍ନୂତି ପରିଷଦର ସଭାପତି ଧୀରେନ୍ଦ୍ର ନାଥ ଦାସ , ଉକ୍ଲଳମଣି ସାମ୍ବାଦିକ ସଂଘର ସଦସ୍ଯ ଧୀରେନ୍ଦ୍ର ସେନାପତି ଓ ହାଡିବନ୍ଦୁ ମହାପାତ୍ର , ହାପି ରଥ ,ଆଶିଷ ମହାପାତ୍ର , ଅଭିଜିତି ସେନାପତି, ଆଦିତ୍ଯ ଖୁଣ୍ଠିଆ,ମାନସ କୁମାର ସାହୁ ପ୍ରମୂଖ ଦୀପଦାନ କାର୍ଯ୍ୟକ୍ରମରେ ଯୋଗଦାନ କରୀଥିଲେ । ମହାକାର୍ତ୍ତିକ ମାସ ଅମାବାସ୍ଯାରେ ପିତୃପୁରୁଷଙ୍କୁ ପୟାଶାଦ୍ଧ ଦିଆଯାଇ ଦୀପ ଓ କାଉଁରିଆରେ ବଡବଡୁଆ ଡକାଯାଏ । ପିତୃପୂରୂଷ ଶାନ୍ତିହୋଇ ଆର୍ଶିବାଦ ଦେଇଥାନ୍ତି ବୋଲି କୁହାଯାଏ । ସେହିପରି ବକୁଳବନ ପରିସରରେ ଥିବା ପଞ୍ଚସଖାଙ୍କ ପାଖରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦୀପଦାନ କରାଯାଇଥିଲା । ଅବସରରେ ପତି ଘର ଆଗରେ ଦୀପ,ମହମବତୀ ସହିତ ରଙ୍ଗିନି ଆଲୋକ ମାଳାରେ ଝଲସି ଉଠିଥାଏ । ପିଲା ଠାରୁ ବୟସ୍କମାନେ ବାଣ ମାରି ଦୀପାବଳି ଖୂସି ମନାଇଥାନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି