ନାନୋ କାର ଧକ୍କାରେ ୧ମୃତ୍ଯୁ, ୨ ଆହତ
ପୁରୀ ଜିଲ୍ଲା ନିମାପଡ଼ା ଠାରେ କାର ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି। ଆହତ ଦୁଇ ଜଣଙ୍କୁ ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିସ୍ଥାପାଇଁ ଭର୍ତ୍ତି ହୋଇଛନ୍ତି। ଘଟଣା ରୁ ପ୍ରକାଶ ଯେ ମଙ୍ଗଳବାର ରାତି ୧୦ଘଟିକା ସମୟରେ କୋଣାର୍କ ପଟୁ ଦୃତ ଗତିରେ ଏକ ନାନୋ କାର ନଂ ଓଆର,୦୨,ବି,୬୭୨୭ ସରବାପଡା ଛକ ନିକଟରେ ଏକ ସାଇକେଲ ଆରୋହୀଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ସାଇକେଲ ଆରୋଣହୀ ଙ୍କର ମୃତ୍ୟୁ ବରଣ କରିଛନ୍ତି । କାରଟି ଦୂର୍ଘଟଣା ଘଟାଇ ଆସିବାବେଳେ ଝାମ୍ପୁଲାକୁଦା ଛକ ନିକଟରେ ଦୁଇ ଜଣ ଙ୍କୁ ଧକ୍କା ଦେବାଫଳରେ ସେମାନେ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ହେଲେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ମଙ୍ଗରାଜ ପୁର ମଣିଆବନ୍ଧ ଗ୍ରାମର ଗଙ୍ଗାଧର ବିଶ୍ୱାଳ । ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ରୋକ କରିଥିଲୈ । ନିମାପଡ଼ା- କୋଣାର୍କ ରାସ୍ତା ରେ ଗମନାଗମନ ବନ୍ଦ ହୋଇଯାଇଥିଲା। ଖବର ପାଇ ନିମାପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚ୍ ଆନ୍ଦୋଳନ କାରୀ ଙ୍କ ସହିତ ଆଲୋଚନା କରିବା ପରେ ରାସ୍ତାରୋକ ଊଠିଥିଲା । ସମ୍ବାଦଦାତା ଜୟନ୍ତ ସେଠୀ
NANO KAR DHAKKARE 1 MRUTYU 2 AAHAT
BY - DHIRENDRA SENAPATI
SAKHIGOPAL NEWS