Breaking News

ରେଶନ କାର୍ଡ ବଣ୍ଟନରେ ଜାଲିଆତି ତଦନ୍ତ ପାଇଁ ଦାବୀ

ସାକ୍ଷୁଗୋପାଳ-----ସତ୍ୟବାଦୀ ବ୍ଲକରେ ରେଶନ କାର୍ଡ ବଣ୍ଟନରେ ଘୋର ଜାଲିଆତି ହୋଇଛି । ଧନୀ ଓ କୋଠା ଘର ଥିବା ପରିବାର ମାନେ ରେଶନ କାର୍ଡ ଗୋଟିଏ ନୁହେଁ ଦୂଇ ଦୁଇ ଟା ରେଶନ କାର୍ଡ ହାତେଇଛନ୍ତି ।ତୁରନ୍ତ ତଦନ୍ତ  କରାଯାଇ ଗରିବ ପରିବାରଙ୍କୁଁ ରେଶନ କାର୍ଡ ଯୋଗେଇ ଦେବାପାଇଁ ସତ୍ୟବାଦୀ ବ୍ଲକ କଂଗ୍ରେସ କମିଟି ତରଫରୁ ଦାବୀ କରାଯାଇଛି । ଏହି ଅବସରରେ  ଏକ ଦାବିପତ୍ର ବିଡିଓ ଜରିଆରେ ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି । ଏହି ଅବସରରେ କଂଗ୍ରେସ ର ଏକ  ପ୍ରତିନିଧି ଦଳ ବିଡିଓଙ୍କ ସହିତ ଆଲୋଚନା କରିଥିଲେ ।
ଏହି ଆଲୋଚନାରେ ସରପଞ୍ଚ- ସୁବାଷ ମହାପାତ୍ର, ସମିତିସଭ୍ୟ- କୃଷ୍ଣଚନ୍ଦ୍ର ବରାଳଙ୍କ ସହ ମନୋ ସାମନ୍ତରାୟ, ଜୟନ୍ତ କୁମାର ହୋତା, ତ୍ରିଲୋକ ମିଶ୍ର, କୃପାନିଧି ପ୍ରଧାନ, ଦେବାଶିଷ ମିଶ୍ର, ଦୁର୍ଗାପ୍ରସାଦ ମିଶ୍ର, ଶରତ ମାଝୀ, କାଁହୁ ଚରଣ ପ୍ରଧାନ, ଲିଙ୍ଗରାଜ ବେହେର। ଅଭିନ, ମଇନ ପ୍ରମୁଖ କର୍ମୀ ମାନେ ଉପସ୍ଥିତ ଥିଲେ।  
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି   

Rasana kada bantanera jalieato

Blog Archive

Popular Posts