Breaking News

ଗାନ୍ଧୀ ଜୟନ୍ତୀ ରେ ସ୍ଵଚ୍ଛ ଭାରତ ଓ ନିଶା ମୂକ୍ତ

ସାକ୍ଷୀଗୋପାଳର------
ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଜନ୍ମ ଜୟନ୍ତୀ ଅବସରରେ ନିଶା ଓ ପଲିଥିନି ବର୍ଜନ ପାଇଁ ଭାରତ ବିକାଶ ପରିଷଦ, ପତାଞ୍ଜଳି ଯୋଗ ସମିତି, ଗୋପବନ୍ଧୁ ମିଶନ, ସେବା, କ୍ଲବ ସତ୍ୟବାଦୀ ର ସଦସ୍ୟ ମାନେ  ପଞ୍ଚସଖା ଙ୍କ ସମାଧି ପୀଠ ତଳେ ଶପଥ ନେଇଛନ୍ତି। ଏହି ଅବସରରେ ଗୋପବନ୍ଧୁ ଦାରିଦ୍ର୍ୟ ନାରାୟଣ ସେବା ସଂଘ ପରିସରରେ ଥିବା ଗାନ୍ଧି ଓ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ନିଶା ଓ ପଲିଥିନ ମୁକ୍ତ କରିବା ପାଇଁ ଏକ ସଚେତନ ରାଲି ବାହାରିଥିଲା।ସାକ୍ଷୀଗୋପାଳ ବଜ଼ାର ର ଦୋକାନି ମାନଙ୍କୁ ପଲିଥିନ ବଦଳରେ ବ୍ୟାଗ ଓ କାଗଜ ଠୁଙ୍ଗା ବଣ୍ଟନ କରାଯାଇଥିଲା ଓ ବ୍ୟବହାର କରିବାକୁ ଅନୁରୋଧ କରାଯାଇଥିଲା।  ଏଥିରେ ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଳାଦ ଘଟୁଆରୀ, ଧ୍ରୁବଚରଣ ଦାଶ, ଶିକ୍ଷକ ସତ୍ୟବାଦୀ ଦାଶ, ବିଜୟ କୁମାର ପରିଡ଼ା, ଶିକ୍ଷାବିତ ବନମାଳୀ ବେହେରା ଅନ୍ୟ ମାନଙ୍କ ମଧ୍ୟରେ ଉମେଶ ସ୍ୱାଇଁ, ନିହାର ସ୍ୱାଇଁ, ରାଜେନ୍ଦ୍ର ହୋତା, ସିକନ ମିଶ୍ର,ନବଘନ ଶତପଥି,ଆଲୋକ ଖୁଣ୍ଟିଆ,ହାପି ରଥ, ସୁଶାନ୍ତ ରଥ, ପ୍ରତାପ ମହାଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବାଦଦାତା ଧୀରେନ୍ଦ୍ର ସେନାଫତି

GANDHI JAYATI RE SWACHHA BHARATA O NISA MUKTA
BY - DHIRENDRA SENAPATI
SAKHIGOPAL NEWS

Blog Archive

Popular Posts