ଟ୍ରକ ଓ ବାଇକି ମୁହାଁ ମୁହିଁ ଧକ୍କା , ବାଇକି ଚାଳକଙ୍କର ମୃତ୍ଯୁ
ପିପିଲି -ପିପିଲି ମାଛ ମାର୍କେଟ ବଜାର ଛକରେ ଏକ ଟ୍ରକ ସହିତ ବାଇକି ର ମୁହାଁମୁହିଁ ଧକ୍କା ହେବାରୁ ବିଇକି ଚାଳଙ୍କର ମୃତ୍ୟୁ ହୋଇଛି । ପିପିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ବାଇକି ଚଳାଉ ଥିବା ଯୁବକଙ୍କୁ ମେଡିକାଲ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ପିପିଲି ଥାନା ଅଧିକାରୀ ଶରତ କୁମାର ସାହୁ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଟ୍ରକ ଓ ବାଇକି କୁ ଜବତକରି ତଦନ୍ତ ଚଳାଇଛନ୍ତି ।ମୃତ ଯୁବକ ନାମ ଏସ କେ ଲତିଫ (35) । ତାଙ୍କ ଘର ବେଣା ପଞ୍ଜୁରି ବୋଲି ଜଣାପଡିଛି । ପିପିଲିରୁ ବିଜୟ ଯହାପାତ୍ର