Breaking News

ପୋଲିସ ଉପସ୍ଥିତିରେ କୋଣାର୍କ ମନ୍ଦିର ଉପରେ ଉଡିଲା ଡୋନ କ୍ଯାମେରା

କୋଣାର୍କ----ପୁରୀ ଜିଲ୍ଲା କୋଣାର୍କ ଚନ୍ଦ୍ରଭାଗା ବେଳାଭୂମି ଠାରେ ଭୋର ୫ ସମୟରେ  ଆସନ୍ତା ୨୦୧୯ ହକି ପାଇଁଏକ ସଂଗୀତ ସୁଟିଂ ହୋଇଯାଇଛି । ଏ ଆର ଏମ ରମଣଙ୍କ ପଚାଶ ଜଣିଆ ଟିମ୍ ଚନ୍ଦ୍ରଭାଗା ସମୁଦ୍ର ବେଳାଭୂମିରେ ପହଞ୍ଚି ପ୍ରଥମ ସୁର୍ଯ୍ଯ ଉଦୟର ପ୍ରଥମ ସୁଟିଂ ସାରିବା ସହ ଗିତ ରେକଡିଂ କରୀଥିଲେ । ତାପରେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ସୁଟିଂ କାର୍ଯ୍ୟ ଆରମ୍ଭ କରିଥିଲେ। କୋଣାର୍କ ସୂର୍ଯ୍ୟ ମନ୍ଦିର ଚତୃପାଶ୍ବ ସୁଟିଂ କାର୍ଯ୍ୟ ସରିବାପରେ ଡୋନ କ୍ଯାମେରା ସାହାଯ୍ୟ ରେ କୋଣାର୍କ ସୂର୍ଯ୍ୟ ମନ୍ଦିରର ଫଟେ ସୁଟିଂ କରିଥିଲେ। ଏନେଇ ଖବରଦାତା ସନ୍ତୋଷ ସେଠୀ ଡୋନ କ୍ଯାମେରା ମନ୍ଦିର ଉପରେ ଉଡୀବା ସହ ଫଟୋ ଉତ୍ତୋଳନ ପାଇଁ ପରିମିସନ ଅଛିକି ନାହିଁ ପଚାରିବାରୁ କଥା ଟା ପଦାକୁ ଆସିଲା । ଘଟଣାରୁ ପ୍ରକାଶ ଯେ ବିନା ନିଦେର୍ଶରେ କିପରି ଭାବରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଉପରେ ଡୋନ କ୍ଯାମେରା ବୁଲିଲା ଏହା ପୁଣି ପୋଲିସଙ୍କ  ଉପସ୍ଥିତିରେଏହାକୁ ନେଇ ଅଞ୍ଚଳରେ ମୁଖ୍ଯ ଆଲୋଚନା ହୋଇଛି ।  ଏନେଇ କୋଣାର୍କ ଥାନା ଭାରପ୍ରାପ୍ତ ଅଧିକାରୀ ସଂଜୀବ କୁମାର ପ୍ରଧାନ କିଛି କହିନଥିଲେ । ଅନ୍ଯ ପକ୍ଷରେ ଉକ୍ତ  ଟିମଙ୍କ ପାଖରେ ସୁଯ୍ୟ ମନ୍ଦିର ଉପରେ ଡୋନ କ୍ଯାମେରା ଉଡେଇବା ପାଇଁ ପ୍ରମାଣ ପତ୍ର ନଥିବା ରୁ ଅଧା ସୁଟିଂ ରୁ ଡୋନ୍ କ୍ଯାମେରାକୁ ବନ୍ଦ କରାଯାଇଥିଲା। ବିନା ଅନୁମତିରେ ପ୍ରଶାସନ ଥାଇ ମଧ୍ୟ କିପରି ଭାବରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଉପରେ ଡୋନ କ୍ଯାମେରା ଉଡିଲା ତାହା ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଜୋର ଧରିଛି।  
ନିମାପଡାରୁ ଜୟନ୍ତ ସେଠୀ

Koranka tempale

Blog Archive

Popular Posts