Breaking News

ଜୋଇଁର ଛୁରା ମାଡରେ ପିଉସୀ ଶାଶୂର ମୃତ୍ଯୂ

ଡେଲାଙ୍ଗ ----- ପାରିବାରିକ କଳହକୁ ନେଇ ଜୋଇଁର ଛୂରା ମାଡରେ ପିଉସୀ ଶାଶୂଙ୍କର ମୃତ୍ଯୁ ହୋଇଯାଇଛି । ଡେଲାଙ୍ଗ ପୋଲିସ ଠାରୂ ପ୍ରକାଶ ଯେ ଜାହାଜ ମଳିକ (୪୫) ଙ୍କ ଝିଆରିକୁ ବନମାଳି (ବନୁ ) ବିଭାହୋଇଥିଲା । ସ୍ବାମୀ ଓସ୍ତୀଙ୍କ ମଧ୍ଯରେ ଅଧିକାଂଶ ପାଟିତୁଣ୍ଡ ହୋଇଥାଏ । ବନୁ ସହିତ ପାରିବାରିକ କଳହ ଲାଗି ରହିଥିଲା ଏଥୀରେ ବନୁ ଆଜି ଡେଲାଙ୍ଗ ଷ୍ଟେସନ ଠାରେ ପିଉସୀ ଶାଶୂ ଜାହାଜ ସହିତ ପାଟିତୁଣ୍ଡ କରିବାରୁ ଜାହାଜ ଘରକୁ ପଳାଇ ଆସିଥିଲା । ରାଗରେ ବନୁ ଘରଠାରେ ପହଞ୍ଚି ଜାହାଜକୁ ଘୋଷାଡି ଆଣିବା ସହ ଲୁଚାଇ ରଖିଥିବା ଛୁରୀରେ ଆଘାତ କରି ପାଖ ଗହିର ବିଲକୁ ପଳାଇଥିଲା । ସେଠାରେ ଉପସ୍ଥିତ ଗୁଆଳିପଡା ସରପଞ୍ଚ କାଳନ୍ଦୀ ଜେନା , ପ୍ରଭାତ କ୍ଳବର ସମ୍ପାଦକ ପଦ୍ମନାଭ ବରାଳ ଅନ୍ଯ ମାନଙ୍କ ସହଯୋଗରେ ଚିକିସ୍ଥା ପାଇଁ ଡେଲାଙ୍ଗ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଚିକିସ୍ଥା ହୋଉଥିବା ସଯୟରେ ମୃତ୍ଯୁ ଘୋଷଣା କରିଥିଲେ । ଜାହାଜଙ୍କ ଭାଇ କୈଳାସ ବେହେରାଙ୍କ  ଅଭିଯୋଗ କ୍ରମେ ଡେଲାଙ୍ଗ ପୋଲିସ ୨୫୨/୧୮ରେ ଏକ କେସରୁଜ କରି ଅଭିଯୁକ୍ତଙ୍କୁ ସ୍ଥାନୀୟ ଯୂବକଙ୍କ ସହଯୋଗ ଓ ପୋଲିସ ଗହିର ବିଲରୁ କିବୂ କରିବାରେ ସକ୍ଷମ ହୋଇଥିବା ଥାନା ଆଇଆଇସି  ଅଶିତ ରଂଜନ ମହାନ୍ତିଙ୍କ ଠାରୁ ପ୍ରକାଶ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Delangre puni mauder

Blog Archive

Popular Posts