ପୁରୀ ମେଡିକାଲର ରେଡିଓ ଗ୍ରାଫରଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ
ପିପିଲି - ପୁରୀ ---- ଭୂବନେଶ୍ବର ନଂ--୩୧୬ ଜାତୀୟ ରାଜପଥର କୌଶଲ୍ଯାଗଙ୍ଗ ଛକଠାରେ ବିଳମ୍ବିତ ରାତିରେ ଏକ କାର ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ବୁଖୀନ ହୋଇଛୀ । ରାସ୍ତାର ଅନତି ଦୂରରେ ଥିବା ଏକ ଆର୍ପଟମେଣ୍ଟ ପାଚେରୀରେ ଧକ୍କା ହୋଇ ରାସ୍ତା ପାଖ ନୟନ ଯୋଡିକୁ ଓଲଟି ପଡିଥିଲା । ଏଥିରେ କାର ଚାଳକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମୃତକ ଙ୍କ ନାମ ସ୍ମୃତି ରଜନ ପରିଡା (35) ପୁରୀ ବୋଲି ଜଣା ପଡିଛି । ମୃତକ ପୁରୀ ମେଡିକାଲରେ ରେଡିଓଗ୍ରାଫର ଭାବେ କାର୍ଯ୍ଯ କରୁଥିବା ପିପିଲି ପୁଲିସ ସୂଚନା ଦେଇଛନ୍ତି । କାରଟି ନୟନ ଯୋଡିରେ ପାଣି ଭିତରେ ବୁଡି ରହିଥିବା ସ୍ଥାନୀୟ ଲୋକମାନେ ଦେଖି କୌଶଲ୍ଯାଗଙ୍ଗ ଫାଣ୍ଡିକୁ ଖବର ଦେଇଥିଲେ । ସ୍ମୃତି ରଜନ ର ମୃତ୍ୟୁ ଶରୀରକୁ ପୋଲିସ ଜବତ କରିବା ସହ ଦୁର୍ଘଟଣା ଗସ୍ତ କାରକୁ ପାଣି ଭିତରୁ ଉଦ୍ଧାର କରିଛନ୍ତି । ପୁଲିସ ଏକ ଅପମୃତ୍ଯୁ କେସ ରୁଜ କରି ମୃତ ଶରୀରକୁ ବ୍ଯବେଚ୍ଛଦ ପାଇଁ କ୍ଯାପିଟାଲ ମେଡିକାଲକୁ ପଠାଇ ଘଟଣାର ତଦନ୍ତ କରୁଛନ୍ତି ।
ପିପିଲିରୁ ବିଜୟ ଯହାପାତ୍ର ।