ବହ୍ମାକୁମାରୀଜ୍ ଓ ସତ୍ଯସାଇ ସେବା ପକ୍ଷରୁ ସଫେଇ ଅଭିଯାନ
ସାକ୍ଷୀଗୋପାଳ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ଯାଳୟ ଶାଖା ପକ୍ଷରୁ ସ୍ବଚ୍ଛ ଭାରତ କାର୍ଯ୍ଯକ୍ରମକୁ ପେଣ୍ଠପଡା ସରପଞ୍ଚ ଭଉଣୀ ବାସନ୍ତୀ ବେହେରା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ଯକ୍ରମରେ ଇଶ୍ଵରୀୟ ବିଦ୍ଯାର୍ଥୀ ଅଶିଜଣ ଭାଇ ଭଉଣୀ ଓ କେନ୍ଦ୍ରର ଭାରପ୍ରାପ୍ତ ସଞ୍ଚାଳିକା ବି, କେ , ସଞ୍ଜୁକ୍ତା ଯୋଗଦେଇଥିଲେ । ସାକ୍ଷୀଗୋପାଳ ବଷଷ୍ଟାଣ୍ଡ ରୁ ରେଳ ଫାଟକ ପର୍ଯ୍ୟନ୍ତ ରାସ୍ତା ସଫେଇ କରାଯିବା ସହ ମେଡିକାଲ ପରିସର ସଫେଇ କରାଯାଇଥିଲା । ସେହିପରି ସତ୍ଯସାଇ ସେବା ସମିତି ପକ୍ଷରୁ ସାକ୍ଷୀଗୋପାଳ ମନ୍ଦିର ଓ ବକୁଳବନ ସଫେଇ କରିଥିଲେ । ଜିଲ୍ଳାର ସାତଗୋଟି ସୈବା ସମିତିର ଦୁଇଶହ ତିରିଶ ଜଣ ମହିଳା ପୁରୁଷ ସଫେଇ କାର୍ଯ୍ଯକ୍ରମରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ଚନ୍ଦନପୁର ସତ୍ୟସାଇ ସେବା ସମିତ ଆବାହକ ସନ୍ତୋଷ କୁମାର ମହାପାତ୍ର କାର୍ଯ୍ଯକ୍ରମକୁ ପରିଚାଳନା କରିଥିଲେ । ସମ୍ବାଦ ଦାତା ଧୀରେନ୍ଦ୍ର ସେନାପତି
BRAHMAKUMARIS O SATYSAI SEBA PAKHYA RU SAPHEI ABHIJAN
BY - DHIRENDRA SENAPATI
SAKHIGOPAL NEWS