କଣାସ ବ୍ଳକ ଘେରିଲା ବିଜେପି
ସାକ୍ଷୀଗୋପାଳ----ରାଜ୍ଯରେ ସମସ୍ତ ବ୍ଳକରେ ରେଶନ କାର୍ଡ , ପ୍ରଧାନମନ୍ତୀ ଆବାସ ଯୋଜନାରେ ବ୍ଯାପକ ଦୁନିର୍ତୀ ହୋଇଥିବା ଦର୍ଶାଇ ବିଜେପି ପକ୍ଷରୁ ବ୍ଳକ ଆଗରେ ହରତାଳ କରାଯାଇଛି । ଏହି ଅବସରରେ ସତ୍ଯବାଦୀ ନିର୍ବାଚନ ମଣ୍ଡଳୀର କଣାସ ବ୍ଳକ ଆଗରେ ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଥିଲା । ବିଜେଡି ସରକାରଙ୍କ ବିରୂଧରେ ବିଜେପି କର୍ମୀ ମାନେ ନାରାବାଜି ଦେଇଥିଲେ । ସ୍ଥାନୀୟ ନେତାମାନେ ବିତେଡି ସରକାରଙ୍କ ସମୟରେ ହୋଇଥିବା ଦୁର୍ନୀତି ମନ୍ତବ୍ୟ ରଖିଥିବା ବେଳେ କେନ୍ଦ୍ର ସରକାର ବା ବିଜେପି ସରକାରଙ୍କ ବିଭିନ୍ନ ଜନକଲ୍ଯାଣ କାର୍ଯ୍ୟକ୍ରମର ସଫଳତା ପ୍ରକାଶ କରିଥିଲେ । ବିଜେପି ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ଯ ଡ,ବିଶ୍ବନାଥ ରଥ, ପୂର୍ବତନ ବିଧାୟକ ରମା ରଜଂନ ବଳିୟାରସିଂହ , ଯୁବ ନେତା ଓମ ପ୍ରକାଶ ମିଶ୍ର ଓ କୃର୍ଷ୍ଣଚନ୍ଦ୍ର ଜଗଦେବ ପ୍ରମୂଖ ନେତୃତ୍ବ ନେଇଥିଲେ । ଏହି ବିକ୍ଷୋଭ ରେ ପ୍ରାୟ ଦୁଇ ହଜାରରୁ ଅଧିକ କର୍ମୀମାନେ ଯୋଗଦେଇଥିଲେ
ସାକ୍ଷୀଗୋପାଳ ରୁ----- ଧୀରେନ୍ଦ୍ର ସେନାପତି
Bjp Dala pakhaur Kanasa block office gearauy